ଓଟିଟିରେ ରିଲିଜ୍‌ ହେବ ଅଭିନେତାଙ୍କ ଶେଷ ଫିଲ୍ମ

ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍‌ ରାଜକୁମାର ୨୦୨୧ ଅକ୍ଟୋବରରେ ଶେଷ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଶେଷ ଫିଲ୍ମ ‘ଜେମ୍ସ’ ମାର୍ଚ୍ଚ ୧୭ରେ ମୁକ୍ତିଲାଭ କରିଥିଲା। ତେବେ ବର୍ତ୍ତମାନ ‘ଜେମ୍ସ’ ଆସନ୍ତା ୧୪ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି।
ପୁନିତ୍‌ ଏହି ଫିଲ୍ମରେ କମାଣ୍ଡୋ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଭାଷାରେ ପରଦାରେ ମୁକ୍ତିଲାଭ କରିଥିଲା । ଏଥି ସହିତ, ଏହି ଭାଷାରେ ମଧ୍ୟ ଓଟିଟିରେ ଦେଖିବାକୁ ପାଇବେ ଦର୍ଶକ । ପୁନିତ୍‌ଙ୍କ ବ୍ୟତୀତ ଅନୁ ପ୍ରଭାକର, ଶ୍ରୀକାନ୍ତ, ଆର ସାରଥକୁମାର, ତିଲକ ଶେକର ଏବଂ ମୁକେଶ ରିଷି ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅଛନ୍ତି।

Share