ଅଫିସ ପରେ କଲ୍‌ ଉଠାଇବା ନୁହେଁ ଜରୁରୀ, କେହି କଲ୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍‌

କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍‌ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି ଯେଉଁଥିରେ ଆପଣ ଅଫିସ ବାଦ୍‌ ବି ଇଛା ନ ଥିଲେ ଫୋନ ଡିସକନେକ୍ଟ କରିପାରିବେ। ଆଉ ଯଦି କେହି ଅଫିସ ସମୟ ପରେ ଆପଣଙ୍କୁ କଲ୍‌ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଇଟ ଟୁ ଟିସକନେକ୍ଟ ଅଧିନରେ ଏହା ଆପଣଙ୍କ ଅଧିକାର ରହିବ।
ଆମେରିକାର ବାମ ଲେବର ସରକାର ଦେଶରେ ଏହି ବିଧେୟକ ପାସ୍‌ କରିବା ପାଇଁ ଆଲୋଚନା କରୁଛନ୍ତି। ଅଷ୍ଟ୍ରେଲୀୟ ଇଣ୍ଡିପେଣ୍ଡେଣ୍ଟ ସିନେଟରମାନେ, ଗ୍ରୀନ୍ସ ପାର୍ଟିର ସଦସ୍ୟଙ୍କ ସହ ଆଲୋଚନା ପରେ ଚଳିତ ସପ୍ତାହରେ ଏହି ବିଧେୟକ ପାରିତ କରିବାର ଆଲୋଚନା କରୁଛନ୍ତିି। ବିନା କାରଣ ନ ଥାଇ ମଧ୍ୟ ଘଣ୍ଟା ଘଣ୍ଟା ଧରି କଲ୍‌ ଡିକ୍ଲାଇନ କରିବା ସହ ଇମେଲର ବି ରିପ୍ଲାଏ ଦେବାକୁ ବାଧ୍ୟତା ନୁହେଁ ବୋଲି ଏହି ବିଲ୍‌ରେ ଉଲ୍ଲେଖ ରହିଛି। ଯଦି ଆପଣଙ୍କୁ କେହି ବାରମ୍ବାର କଲ୍‌ କରନ୍ତି ତେବେ ସେମାନେ ଦୋଷୀ ସାବ୍ୟସ୍ତ ହେବେ।

ସୂଚନାଥାଉ କି, କେବଳ ଅଷ୍ଟ୍ରେଲିଆ ନୁହେଁ ଫ୍ରାନ୍ସ, ସ୍ପେନ ଓ ବେଲଜିୟମ ପରି ଦେଶ ନିଜ କର୍ମଚାରୀଙ୍କୁ ରାଇଟ ଟୁ ଡିସକନେକ୍ଟର ଅଧିକାର ଦେଇଛନ୍ତି। ଏହାଦ୍ୱାରା ସେମାନେ ନିଜ କାମ ପରେ ଫୋନ ନ ଉଠାଇବାର ଅଧିକାର ରହିଛି। ଅନ୍ୟପକ୍ଷରେ ଦୁନିଆର ଅନ୍ୟ ଦେଶ ଏହି ନିୟମ ଉପରେ ବିଚାର କରୁଛନ୍ତି।

Share