ଆଇନମନ୍ତ୍ରୀ ଦେଲେ ବଡ଼ ବୟାନ: କହିଲେ ମଦ କାରବାରରେ ସମ୍ପୃକ୍ତ ଥିଲେ ହେବ…

ଭୁବନେଶ୍ୱର,୨୧ା୮: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଏଥି ସହିତ ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନିକଟରେ ଗଞ୍ଜାମ ଜିଲା ଚିକିଟିଠାରେ ହୋଇଥିବା ମଦ ଘଟଣା ନେଇ ମନ୍ତ୍ରୀ ହରିଚନ୍ଦନ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅବକାରୀ କମିଶନର ନରସିଂହ ଭୋଳଙ୍କ ସହ ଆଲୋଚନା କରିବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ। ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ। ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ାଉ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସିତ ହେଉଥିବା ସମସ୍ତଙ୍କ ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି। ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I

ସୂଚନାଯୋଗ୍ୟ, ଚିକିଟି ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଗତକାଲି ସା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭,୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଛି। ଏଥି ମଧ୍ୟରୁ କେବଳ ଗଞ୍ଜାମ ଜିଲାରେ ୩୮୫ ଲିଟର ମଦ ଜବତ ହୋଇଛି। ଆଗାମୀ ଦିନରେ ଏପରି ଚଢ଼ାଉକୁ ଜୋର୍‌ଦାର କରାଯିବା ସହ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ: ୩ ଟିଫିନ୍‌ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ

ରାୟଗଡ଼ା,୫।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଉଠିଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ୩...

ଓଏସଏସସି ବାତିଲ କଲା ପରୀକ୍ଷା, ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୫।୫: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ସୋମବାର ଏପ୍ରିଲ ୨୭ରେ ଅନୁଷ୍ଠିତ ମିଳିତ ନିଯୁକ୍ତି ପରୀକ୍ଷା (ସିଆରଇ)କୁ ବାତିଲ କରିଛି। କମିଶନ ଘୋଷଣା କରିଛି...

ଯୁଦ୍ଧରୁ ଦୂରେଇ ରୁହ ଭାରତ-ପାକିସ୍ତାନ…ଜାତିସଂଘ ପକ୍ଷରୁ ଆସିଲା ବଡ଼ ବୟାନ

ନୂଆଦିଲ୍ଲୀ,୫।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ...

ଆଶିଷ ବିଜେଡିର ଜିଲା ସଭାପତି

କେନ୍ଦୁଝର,୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲାର ଯୁବନେତା ଆଶିଷ ଚକ୍ରବର୍ତ୍ତୀଙ୍କୁ ବିଜୁ ଜନତା ଦଳର ସଭାପତିଭାବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା...

ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର,୫।୫: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିମାନ ବନ୍ଦର ହେବା ଫଳରେ ଭାରତର ପ୍ରମୁଖ...

ସାରା ବିଶ୍ୱକୁ ଦମ୍‌ ଦେଖାଇଲା ଭାରତ, ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ କରି…  

ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ...

୪୨ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ ବାପା-ଝିଅ

ମୋହନା,୫।୫(ମନ୍ମଥ ମିଶ୍ର): ଗତ ମାର୍ଚ୍ଚ ୨୩ରେ ଗଜପତି ଜିଲା ରାମଗିରିରେ ଛତୁଆ ଖାଇ ଦୁଇ ଶିଶୁ କନ୍ୟା ତୁଳସୀ ବଡମୁଣ୍ଡି ଓ ଫୁଲମଣୀ ବଡମୁଣ୍ଡିଙ୍କ ମୃତ୍ୟୁ...

ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ; ବଳକା କାଠରେ ବିଗ୍ରହ ନିର୍ମାଣ…

ଭୁବନେଶ୍ୱର,୫।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image