ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୨ା୬: ରତ୍ନଭଣ୍ଡାର ଖୋଲିବା ନେଇ ଖୁବ୍‌ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀଜିଉଙ୍କ ଗଜ ବେଶ ଦର୍ଶନ ପରେ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଗଣତି ଦିନେ ଦୁଇଦିନର କାମ ନୁହେଁ। ତେଣୁ ସମୟ ଲାଗିବ। ଗତଥର ଗଣିବା ପାଇଁ ୭୦ ଦିନ ଲାଗିଥିଲା। ଏଥର ମଧ୍ୟ ଗଣତି ଅଧିକ ସମୟ ଲାଗିବ। ପ୍ରାରମ୍ଭିକ ଆଲୋଚନା ସରିଛି, କେବେ ଖୋଲିବ ତାରିଖ ଶୀଘ୍ର ଜଣାଇବୁ ବୋଲି ମନ୍ତ୍ରୀ କହିଛନ୍ତି।

Share