Posted inଜାତୀୟ

ଆଇନକୁ ଜବରଦସ୍ତ ଗୃହୀତ କରାଯାଇଥିଲା: ଖାର୍ଗେ

ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଥିବାରୁ ଦଣ୍ଡ ସ୍ଥାନରେ ନ୍ୟାୟ ମିଳିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ସ୍ବାଧୀନତାର ୭୭ ବର୍ଷ ପରେ ଭାରତକୁ ସମ୍ପୂର୍ଣ୍ଣ ସ୍ବଦେଶୀ ନ୍ୟାୟିକ ବ୍ୟବସ୍ଥା ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଗତ ଲୋକ ସଭାରେ ୧୪୬ ଜଣ ଏମ୍‌ପିଙ୍କୁ ନିଲମ୍ବନ କରାଯାଇ ଉକ୍ତ ଆଇନକୁ ଜବରଦସ୍ତ ଗୃହୀତ କରାଯାଇଥିଲା। ଦେଶର ସଂସଦୀୟ ବ୍ୟବସ୍ଥାରେ ଏଭଳି ବୁଲ୍‌ଡୋଜର ନ୍ୟାୟକୁ ପ୍ରଚଳିତ ହେବାକୁ ଇଣ୍ଡିଆ ବ୍ଲକ୍‌ ଦେବ ନାହିଁ। ତେବେ ନୂତନ ଆଇନକୁ ରାଜନୈତିକ ରଙ୍ଗ ଦେବାରୁ ଦୂରେଇ ରହିବା ସହ ପ୍ରଥମେ ଏହା ଉପରେ ଆଲୋଚନା କରିବା ପାଇଁ ଶାହା ବିରୋଧୀ ଦଳଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଆଲୋଚନା ଜରିଆରେ ସରକାର ବିରୋଧୀ ନେତାମାନଙ୍କ ଚିନ୍ତା ଦୂର କରିବାକୁ ପ୍ରସ୍ତୁତ ଅଛନ୍ତି। ନ୍ୟାୟ ଏବଂ ନାଗରିକମାନଙ୍କ ମର୍ଯ୍ୟାଦା ପାଇଁ ଏହି ଆଇନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆପଣମାନଙ୍କ ସହଯୋଗ ଜରୁରୀ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଲେ ବାବା କ’ଣ ଖାଆନ୍ତି, କ’ଣ ତାଙ୍କର ରହିଛି ଚମତ୍କାରିତା ଗୋଟି ଗୋଟି କରି କହିଲେ ଏହି ସେବକ, ଜାଣିଲେ…

ହାଥରସ୍‌,୪ା୭: ଉତ୍ତରପ୍ରଦେଶର ହାଥରସ୍‌ରେ ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ବାବା ନାରାୟଣ ସାକାର ହରି ଛଦ୍ମନାମ ଭୋଲେ...

ଭାଜପାକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ

ଜୟପୁର,୪।୭: ରାଜସ୍ଥାନ ରାଜନୀତିରେ ବଡ଼ ହଲଚଲ। ଗୁରୁବାର ସକାଳୁ ସକାଳୁ ରାଜସ୍ଥାନ ଭାଜପାରୁ ଇସ୍ତଫା ଦେଇଛନ୍ତି ଜଣେ କ୍ୟାବିନେଟ ମନ୍ତ୍ରୀ। ଭଜନଲାଲ ସରକାରର କ୍ୟାବିନେଟ ମନ୍ତ୍ରୀ...

ଚାଇନା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍‌.ଜୟଶଙ୍କର,ବିଭିନ୍ନ ପ୍ରସଙ୍ଗ ଉପରେ କଲେ ଆଲୋଚନା

ବେଜିଂ/ନୂଆଦିଲ୍ଲୀ,୪ା୭: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କୁ ଗୁରୁବାର ଭେଟିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଏହି ସାକ୍ଷାତ ସମୟରେ ଜୟଶଙ୍କର ବିଭିନ୍ନ...

ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ! ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା

ନୂଆଦିଲ୍ଲୀ,୪।୭: ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼...

ପାଣ୍ଡ୍ୟାଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମନର କଥା କହିଦେଲେ ନତାଶା

ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି। ଏସବୁ ଭିତରେ...

ଆସାମରେ ବନ୍ୟା ବିତ୍ପାତ, ୧୬ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ,୪।୭: ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି। ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ବନ୍ୟା ବିତ୍ପାତ ଯୋଗୁ ୧୯ଟି...

ଟେଲି ଷ୍ଟାର୍‌ କ୍ରିଷ୍ଟଲ, କରନଙ୍କୁ ଇଡି ଜେରା

ମୁମ୍ବାଇ, ୩।୭: ଟଙ୍କା ବଦଳରେ ଅନ୍‌ଲାଇନ ଫରେକ୍ସ ଟ୍ରେଡିଂ ଆପ୍‌ ‘ଅକ୍ଟାଏଫ୍‌ଏକ୍ସ’ ପାଇଁ ପ୍ରଚାର ଅଭିଯୋଗରେ ଟେଲି ଷ୍ଟାର୍‌ କ୍ରିଷ୍ଟଲ ଡିସୁଜା ଓ କରନ ଓ୍ବାହିଙ୍କୁ...

ହାଥରସ୍‌ ଦଳାଚକଟା ପଛରେ ଷଡ଼ଯନ୍ତ୍ର: ଭୋଲେ ବାବାଙ୍କ ଓକିଲ

ହାଥରସ୍‌,୩ା୭: ହାଥରସ୍‌ ଦଳାଚକଟା ପଛରେ ଅସାମାଜିକ ତତ୍ତ୍ୱଙ୍କ ହାତ ରହିଛି ବୋଲି ଭୋଲେ ବାବାଙ୍କ ଓକିଲ ଏ.ପି. ସିଂ ଅଭିଯୋଗ ଆଣିଛନ୍ତି। ସତ୍‌ସଙ୍ଗ ବେଳେ ଭୋଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri