Categories: ଜାତୀୟ

ଆଇନକୁ ଜବରଦସ୍ତ ଗୃହୀତ କରାଯାଇଥିଲା: ଖାର୍ଗେ

ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଥିବାରୁ ଦଣ୍ଡ ସ୍ଥାନରେ ନ୍ୟାୟ ମିଳିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ସ୍ବାଧୀନତାର ୭୭ ବର୍ଷ ପରେ ଭାରତକୁ ସମ୍ପୂର୍ଣ୍ଣ ସ୍ବଦେଶୀ ନ୍ୟାୟିକ ବ୍ୟବସ୍ଥା ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଗତ ଲୋକ ସଭାରେ ୧୪୬ ଜଣ ଏମ୍‌ପିଙ୍କୁ ନିଲମ୍ବନ କରାଯାଇ ଉକ୍ତ ଆଇନକୁ ଜବରଦସ୍ତ ଗୃହୀତ କରାଯାଇଥିଲା। ଦେଶର ସଂସଦୀୟ ବ୍ୟବସ୍ଥାରେ ଏଭଳି ବୁଲ୍‌ଡୋଜର ନ୍ୟାୟକୁ ପ୍ରଚଳିତ ହେବାକୁ ଇଣ୍ଡିଆ ବ୍ଲକ୍‌ ଦେବ ନାହିଁ। ତେବେ ନୂତନ ଆଇନକୁ ରାଜନୈତିକ ରଙ୍ଗ ଦେବାରୁ ଦୂରେଇ ରହିବା ସହ ପ୍ରଥମେ ଏହା ଉପରେ ଆଲୋଚନା କରିବା ପାଇଁ ଶାହା ବିରୋଧୀ ଦଳଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଆଲୋଚନା ଜରିଆରେ ସରକାର ବିରୋଧୀ ନେତାମାନଙ୍କ ଚିନ୍ତା ଦୂର କରିବାକୁ ପ୍ରସ୍ତୁତ ଅଛନ୍ତି। ନ୍ୟାୟ ଏବଂ ନାଗରିକମାନଙ୍କ ମର୍ଯ୍ୟାଦା ପାଇଁ ଏହି ଆଇନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆପଣମାନଙ୍କ ସହଯୋଗ ଜରୁରୀ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ କହିଛନ୍ତି।

 

Share