Categories: ଜାତୀୟ

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀକଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମୁମ୍ବାଇ,୧୩।୧୦: ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଏହି ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଏହି ପୋଷ୍ଟରେ ସେ ଲେଖିଛନ୍ତି, ଯିଏ ସଲମାନ ଖାନ୍‌ କିମ୍ବା ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରେ, ସେ ତାଙ୍କର ହିସାବ କିତାବ ଲେଖି ରଖିବା ଉଚିତ।
ବିଷ୍ଣୋଇ ଗ୍ୟାଙ୍ଗ ଏହାର ପୋଷ୍ଟରେ ଲେଖିଛନ୍ତି, ଯଦି କେହି ଆମର ଭାଇମାନଙ୍କୁ ହତ୍ୟା କରନ୍ତି, ଆମେ ନିଶ୍ଚିତ ଭାବେ ଏହାର ପ୍ରତିକ୍ରିୟା ଦେବୁ। ଆମେ ପୂର୍ବରୁ କେବେ ଆକ୍ରମଣ କରିନାହୁଁ। ସୂଚନାଯୋଗ୍ୟ, ୧୨ ଅକ୍ଟୋବର ରାତିରେ ବାବା ସିଦ୍ଦିକିଙ୍କୁ ତିନିଜଣ ଗୁଳି କରିଥିଲେ। ଏହି ତିନିଜଣ ଶୁଟର ୬ ରାଉଣ୍ଡ ଗୁଳି ଚଳାଇଥିଲେ, ସେଥିମଧ୍ୟରୁ ଗୋଟିଏ ସିଦ୍ଦିକିଙ୍କ ଛାତିରେ ବାଜିଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅକ୍ଟୋବର ୧୩ ସକାଳେ ବାବା ସିଦ୍ଦିକିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ କପୁର୍‌ ହସ୍ପିଟାଲକୁ ନିଆଯାଇଥିଲା। ଏହା ପରେ ତାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ତାଙ୍କ ଘରେ ରଖାଯିବ ଏବଂ ତା’ପରେ ରାତି ୮ଟା ୩୦ରେ ମେରାଇନ ଡ୍ରାଇଭରେ ସମାଧି ଦିଆଯିବ।

 

Share