କଂଗ୍ରେସରୁ ମୁହଁ ଫେରାଉଛନ୍ତି ନେତା

ଭୁବନେଶ୍ୱର,୧୨।୮(ବ୍ୟୁରୋ): ଅନେକ ନେତା ଏବଂ କର୍ମୀ ଏବେ କଂଗ୍ରେସରୁ ମୁହଁ ଫେରାଇ ନେଉଛନ୍ତି। କ୍ରାନ୍ତି ଦିବସରେ ୩୦ରୁ ଅଧିକ ନେତା କଂଗ୍ରେସ ଛାଡ଼ିଥିବା ବେଳେ ପୁଣି ଶୁକ୍ରବାର ୫୦ରୁ ଅଧିକ ଯୁବ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରି ଏଭଳି ନିଷ୍ପତ୍ତି ନେଇଥିବା ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେମାନେ କହିଛନ୍ତି ।
ଯୁବ ନେତା ଅଂଶୁମାନ ଆରୋରା, କହ୍ନୟା ଲାଲ ସାବତ, ହିଞ୍ଜିଳି ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କଟକ ଜିଲା ଯୁବ କଂଗ୍ରେସ ସଭାପତି ବବିତା ବଡ଼ପଣ୍ଡା, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବଳରାମ ରାଉତ, ଭଦ୍ରକ ଯୁବ କଂଗ୍ରେସର ରମଜାନ ଅଲ୍ଲୀ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରମୁଖ ଦଳ ଛାଡିଛନ୍ତି। ଏମାନଙ୍କ ସହ ଅନେକ ନେତା ଓ କର୍ମୀ ମଧ୍ୟ ଦଳ ଛାଡିଛନ୍ତି ।

Share