ରକ୍ତକୁ ଆଲିଙ୍ଗନ କରୁଛନ୍ତି ସବୁଠୁ ବଡ ଗଣତନ୍ତ୍ରର ନେତା: ଜେଲନସ୍କି

କ୍ୱିଭ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ରବିବାର ସାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଥି ସହିତ, ୨୨ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ରୁଷିଆ ଗସ୍ତ କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଖୁସି କରି ନାହିଁ। ଜେଲେନସ୍କି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କ ସାକ୍ଷାତକୁ ନିନ୍ଦା କରିଛନ୍ତି। ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ଯେଉଁ ସମୟରେ ରୁଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି, ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ନେତା ସେଠାକୁ ଯାଇ ବିଶ୍ୱର ସବୁଠାରୁ ବଡ ଅପରାଧୀଙ୍କୁ ଆଲିଙ୍ଗନ କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ କରିଥିଲା। ୟୁକ୍ରେନ ଦାବି କରିଛି ଯେ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ତିନି ଜଣ ଶିଶୁଙ୍କ ସମେତ ୩୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଶିଶୁଙ୍କ ସମେତ ୧୭୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଏହା ମଧ୍ୟ ଦାବି କରିଛି ଯେ ଯେଉଁଠାରେ କର୍କଟ ରୋଗରେ ପୀଡିତ ପିଲାମାନେ ଚିକିତ୍ସିତ ହେଉଥିଲେ, ସେଠାରେ ଥିବା ସର୍ବ ବୃହତ ଶିଶୁ ଡାକ୍ତରଖାନାକୁ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।
ଭାରତ- ରୁଷିଆ ଶିଖର ସମ୍ମିଳନୀରେ ବାଣିଜ୍ୟ, ଶକ୍ତି ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିସ୍ତାର କରିବାର ଉପାୟ ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ।

Share