ନୂଆଦିଲ୍ଲୀ,୧।୩: କୋଭିଡ୍-୧୯କୁ ହରାଇବା ପାଇଁ ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି। ଟିକା ନିରାପଦ ବୋଲି ସେ ଦେଶବାସୀଙ୍କୁ ଉଦାହରଣ ଦେଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। କୋଭାକ୍ସିନ ଟିକା ନେଇ ରହିଥିବା ଭୁଲ ଧାରଣା ଏବଂ ଆଶଙ୍କାକୁ ଦୁର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ବିରୋଧୀଦଳର ନେତାମାନଙ୍କୁ ଟିକା ନେବାକୁ ଅନୁରୋଧ କରି ଦ୍ୱନ୍ଦ୍ୱ ଦୂର କରିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।