ଭବାନୀପାଟଣା,୧୮।୭ (ସ୍ବ.ପ୍ର.): ସୋମବାର ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହୋଇଯାଇଛି। ଅସୁସ୍ଥ ଥିବା ସତ୍ତ୍ୱେ ଦିଲ୍ଲୀର ଗୁରଗାଓଁରୁ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ସଂସଦରେ ନିଜର ମତ ସାବ୍ୟସ୍ତ କରିଥିଲେ।
ସୂଚନାନୁଯାୟୀ, କୋଭିଡ୍ରେ ସଂକ୍ରମିତ ହୋଇ ପ୍ରଦୀପ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କ ସାସ୍ଥ୍ୟାବସ୍ଥା ଠିକ ନ ହେବାରୁ ଦିଲ୍ଲୀ ସ୍ଥିତ ମେଦାନ୍ତ ମେଡିସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଗତ ଫେବୃୟାରୀରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଉକ୍ତ ହସ୍ପିଟାଲ ପାଖରେ ଏକ ଭଡା ଘରେ ରହୁଛନ୍ତି।