ମଦ ବିକି ଗିରଫ ହେଲେ ମଦବିରୋଧୀ ଆନ୍ଦୋଳନର ନେତା

ଭଦ୍ରକ ଅଫିସ,୯।୭: ମଦବିରୋଧୀ ଆନ୍ଦୋଳନରେ ସେ ନେତା ସାଜିଥିଲେ। ହେଲେ ମଦକୁ ବିରୋଧ କରୁଥିବା ସମ୍ପୃକ୍ତ ଯୁବକ ମଦ ବେପାର କରୁଥିବା ବେଳେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ଗ୍ରାମର ଶଙ୍କର ମିଶ୍ର ଏକ ନିର୍ଦ୍ଦିଷ୍ଟ ଦଳରେ ରହି ମଦବିରୋଧୀ ଆନ୍ଦୋଳନ ସହ ସାମାଜିକ କାର୍ଯ୍ୟ କରିଆସୁଥିଲେ। ଗତ କିଛିଦିନ ହେବ ସେ  ଚୋରାମଦ କାରବାର କରୁଥିବା ପୋଲିସ ଖବର ପାଇଥିଲା। ଗୁରୁବାର ଧାମନଗର ଥାନା ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ସେ ଦୋବଲ ଅଞ୍ଚଳରୁ ଏକ ବାଇକ୍‌ରେ ବିୟର ଓ ଆସ୍କାଫର୍ଟି ଚୋରାରେ ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ଏ ନେଇ ଥାନାରେ ମାମଲା(ନଂ.୧୯୫/୨୧) ରୁଜୁ ହୋଇଛି।

Share