ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ ଲେବାନନ୍‌ର ବିଉଟି କୁଇନ୍‌, ପରେ ଘଟିଲା ଏମିତି…

ବେରୁଟ୍‌,୧୧।୨: ଲେବାନନ୍‌ର ଜଣେ ମଡେଲ ତଥା ବ୍ୟୁଟି କୁଇନ୍‌ ଜେନା କାଞ୍ଜୋଙ୍କ ମୃତ୍ୟୁ ଘଟିଛି। ଜେନାଙ୍କ ସ୍ବାମୀ ଇବ୍ରାହିମଙ୍କ ଉପରେ ହତ୍ୟା ଅଭିଯୋଗ କରାଯାଇଛି। ସେ ତାଙ୍କ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ଜେନା ଏହା ପୂର୍ବରୁ ତାଙ୍କ ସ୍ବାମୀଙ୍କଠାରୁ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଜେନାଙ୍କ ବ୍ୟତୀତ ଇବ୍ରାହିମଙ୍କ ଆଉ ଦୁଇଜଣ ମହିଳାଙ୍କ ସହ ସମ୍ପର୍କ ଥିଲା।


ଇବ୍ରାହିମ ଏବଂ ଜେନା ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଇବ୍ରାହିମ ବେରୁଟସ୍ଥିତ ନିଜ ଘରେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ତୁର୍କୀ ଚାଲିଯାଇଥିଲେ। ଲେବାନନ୍‌ର ଏକ ଟିଭି ଚ୍ୟାନେଲ ଅଡିଓ ରେକର୍ଡିଂର ଟେଲିକାଷ୍ଟ କରିଥିଲା। ଯେଉଁଥିରେ ଇବ୍ରାହିମ ଭଉଣୀ ରୁବାଙ୍କ ସହ ଜେନାଙ୍କ ମୃତ୍ୟୁ ସମ୍ପର୍କରେ କଥା ହେଉଥିଲେ।

ଇବ୍ରାହିମ ଏହି ଅଡିଓରେ କହିଛନ୍ତି, ମୁଁ ଜେନାଙ୍କୁ ମାରିବାକୁ ଚାହୁଁ ନ ଥିଲି। ସେ ଯେତେବେଳେ ପାଟି କଲେ ତାଙ୍କ ମୁହଁରେ ହାତ ରଖିଦେଲି। ମୁଁ କେବଳ ତାଙ୍କୁ ପାଟି ବନ୍ଦ କରିବା ଏବଂ କାନ୍ଦ ବନ୍ଦ କରିବାକୁ କହୁଥିଲି। ମାତ୍ର ସେ ମରିଗଲେ। ଏ ବିଷୟରେ ସେ ନିଜେ ପୋଲିସକୁ ସବୁ କହିଥିବା ଅଡିଓରେ କହିଛନ୍ତି।

ଜେନାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘରୋଇ ହିଂସାର ପ୍ରତିବାଦ କରାଯାଇଛି। ଲେବାନନ୍‌ର ପ୍ରଶାସନ କହିଛି କିଛିଦିନ ହେବ ଏଠାରେ ଘରୋଇ ହିଂସା ଦୁଇଗୁଣ ବଢ଼ିଯାଇଛି।

Share