ବିଧାୟକଙ୍କ ସହ ସ୍ତ୍ରୀ ମଧ୍ୟ କାଟିଲେ ଧାନ

ନବରଙ୍ଗପୁର,୨୮।୧୦(ବି.ପ୍ର.): ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବିଧାୟକ ତାଙ୍କ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜ ଚାଷଜମିରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ବିଧାୟକ ବିଲରେ ଦିନମଜୁରିଆଙ୍କ ସହ ଧାନ କାଟିଥିଲେ। ଜଣେ ଚାଷୀ ପରିବାରରୁ ଆସିଥିବା ଯୋଗୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ରହିଛି। ଅନ୍ୟ ମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି କହିଛନ୍ତିି ଉମରକୋଟ ବିଧାୟକ। ଜନତାଙ୍କ ସେବା ପାଇଁ ମୋତେ ସୁଯୋଗ ମିଳିଛି। ସେମାନେ ମୋତେ ନିର୍ବାଚିତ କରି ବିଧାୟକ କରିଛନ୍ତି। ମୁଁ ବିଧାୟକ ହେଲେ ମଧ୍ୟ ପ୍ରଥମେ ଜଣେ ଚାଷୀ। ତେବେ ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲି। ମାତ୍ର ବିଧାୟକ ଭାବେ ଦାୟିତ୍ୱ ବଢ଼ି ଯାଇଛି। ତେଣୁ ଜମିରେ ଚାଷ କାର୍ଯ୍ୟରେ ଅଧିକ ସମୟ ଦେଇ ପାରୁ ନାହିଁ ବୋଲି ସେ କହିଛନ୍ତି । ବିଧାୟକ ନିତ୍ୟାନନ୍ଦଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଧାନ କରୁଥିବା ଦେଖିବାକୁ ମିଳିଥିଲା । ସେ ଜଣେ ଶିକ୍ଷୟତ୍ରୀ । ବର୍ତ୍ତମାନ କରୋନା ଯୋଗୁ ସ୍କୁଲ ଛୁଟି ରହିଥିବାରୁ ସେ ମଧ୍ୟ ତାଙ୍କ ସହ ଚାଷ କାମରେ ସାହାଯ୍ୟ କରୁଥିବା ବିଧାୟକ କହିଛନ୍ତି । ଅନ୍ୟ ପକ୍ଷରେ ଯୁବ ସମାଜ ଚାଷ ପ୍ରତି ଆଗ୍ରହ ଦେଖାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Share