Categories: ଜାତୀୟ

ଟି-ଶର୍ଟ ପିନ୍ଧି ବିଧାନସଭାକୁ ଆସିଥିଲେ ବିଧାୟକ: ଗୃହରୁ ବିଦା କଲେ ବାଚସ୍ପତି

ଗାନ୍ଧିନଗର,୧୬।୩: ଗୁଜରାଟ ବିଧାନସଭାରେ ଏକ ରୋଚକ ଘଟଣା ଘଟିଛି। ଜଣେ ବିଧାୟକ ଟି-ଶର୍ଟ ପିନ୍ଧି ଗୃହକୁ ଆସିବାରୁ ବାଚସ୍ପତି ତାଙ୍କୁ ବିଦା କରିଦେଇଛନ୍ତି। ସୋମନାଥ ଆସନରୁ କଂଗ୍ରେସ ବିଧାୟକ ଥିବା ବିମଲ ଚୁଡାସାମା ସୋମବାର ଟି-ଶର୍ଟ ପିନ୍ଧି ଗୃହରେ ପହଞ୍ଚିଥିଲେ। ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଏହାକୁ ବିରୋଧ କରି ପୋଷାକ ବଦଳାଇ ଗୃହକୁ ଆସିବାକୁ କହିଥିଲେ। ତେବେ କଂଗ୍ରେସ ଦଳର କିଛି ଲୋକ ଏହାକୁ ବିରୋଧ କରି କରିଥିଲେ।

ବାଚସ୍ପତି ବିଧାୟକଙ୍କୁ ଗୃହ ପ୍ରକ୍ରିୟାର ସମ୍ମାନ ବଜାୟ ରଖିବାକୁ ଏବଂ ଟି-ଶର୍ଟ ନ ପିନ୍ଧିବାକୁ କହିଥିଲେ। ବିଧାୟକମାନେ କୁର୍ତ୍ତା କିମ୍ବା ଶର୍ଟ ପିନ୍ଧି ଗୃହକୁ ଆସିବା ଉଚିତ୍‌ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ବାଚସ୍ପତିଙ୍କ ଆଦେଶରେ ବିରକ୍ତ ହୋଇ ଚୁଡାସାମା କହିଛନ୍ତି ଯେ, ଟି-ଶର୍ଟ ପିନ୍ଧିବାରେ କୌଣସି କ୍ଷତି ନାହିଁ ଏବଂ ସେ ଏହି ପୋଷାକରେ ପ୍ରଚାର କରି ନିର୍ବାଚନରେ ଜିତିଥିଲେ। ଏହି ଟି-ଶର୍ଟ ହେଉଛି ମୋର ଭୋଟରଙ୍କ ତରଫରୁ ପ୍ରାପ୍ତ ପ୍ରମାଣପତ୍ର। ବାଚସ୍ପତି ମୋର ଭୋଟରଙ୍କୁ ଅପମାନ କରୁଛନ୍ତି ବୋଲି କହିଥିଲେ। ବିଧାୟକଙ୍କ ପ୍ରସ୍ଥାନ ପରେ ବିଜେପି ମନ୍ତ୍ରୀ ପ୍ରଦୀପ ସିହ୍ନା ଜାଡେଜା ବାଚସ୍ପତିଙ୍କ ସହ ବିତର୍କ ହେତୁ ୩ ଦିନ ପାଇଁ ବିଧାୟକଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ପ୍ରସ୍ତାବ ପ୍ରତ୍ୟାହାର କରି ନେଇଛନ୍ତି।

Share