ଲୋଇସିଂହା,୧୩।୪(ଡିି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ପିଏସ୍ଓ ଏବଂ ଡ୍ରାଇଭରଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଥିଲା। ଏ ନେଇ ଲୋଇସିଂହା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବସଷ୍ଟାଣ୍ଡ ଠାରେ ବଲାଙ୍ଗୀର-ବରଗଡ଼ ୨୬ ନଂ. ଜାତୀୟ ରାଜପଥକୁ ସକାଳୁ ଅବରୋଧ କରାଯାଇଛି । ଲୋଇସିଂହା, ଆଗଲପୁର ଓ ପୁଇଁତଳା ବ୍ଲକର ଭାଜପା ଦଳୀୟ କର୍ମୀ ଏଥିରେ ସାମିଲ ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ମଦ କରବାର ବୃଦ୍ଧି ଯୋଗୁ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡି ଥିବା ବେଳେ ମଦ ବନ୍ଦ କରିବାକୁ ଦାବି କରାଯାଇଛି ।