ଅଭିଯୋଗ ଶୁଣାଣି ଦିନ ପଠାଯାଉଛି ଚିଠି

ନାଉଗଁା,୨୩ା୧୨(ସ୍ବ.ପ୍ର.):ନାଉଗଁା ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଜନ ସୂଚନା ଅଧିକାର ତଥ୍ୟ ବଳରେ କୋରୁଅ ପଞ୍ଚାୟତର କେତେକ ତଥ୍ୟ ମଗା ଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳି ପାରି ନ ଥିଲା। ଫଳରେ ତଥ୍ୟ ମାଗିଥିବା ଅଭିଯୋଗକାରୀ ପୁଣି ତଥ୍ୟ ପାଇଁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନ କରିବା ପରେ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁଣାଣି କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଦିନ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା ସେହିଦିନ ଅଭିଯୋଗକାରୀଙ୍କ ନିକଟକୁ ରେଜିଷ୍ଟ୍ରଡ ପୋଷ୍ଟ ମାଧ୍ୟମରେ ଚିଠି ପଠାଯାଇଥିଲା। ଅଭିଯୋଗକାରୀଙ୍କ ନିକଟରେ ଠିକ୍‌ ସମୟରେ ଚିଠି ପହଞ୍ଚତ୍ ନ ଥିବା ସେ କହିଛନ୍ତି। ତଥ୍ୟ ନ ଦେବା ପାଇଁ ଏପରି କରାଯାଇଛି ବୋଲି ଅଭିଯୋଗକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଧୂଅଁାପଦା ଗଁାର ସୁଭଦ୍ରା ବିଶ୍ୱାଳ ଜନ ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ୨୦୨୨ ନଭେମ୍ବର ୧୭ରେ ତୁମୁଣ୍ଡାପାରୀ ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଅଭିଯୋଗ କରିଥିଲେ। ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୪ ତାରିଖ ସାଢେ ୧୧ଟାରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସୁଭଦ୍ରାଙ୍କ ନିକଟକୁ ଡାକ ଯୋଗେ ରେଜିଷ୍ଟ୍ରଡ ନଂ. ୦୮୦୬୮୩୮୫୩/୧୪ ା୧୨ା୨୨ ମଧ୍ୟାହ୍ନ ୧୨ ଟା ୪୨ମିନିଟ୍‌ରେ ଚିଠି ପଠାଯାଇଥିଲା। କାଜଲ ସ୍ବାଇଁଙ୍କ ଶୁଣାଣି ସମୟ ୧୫ା୧୨ା୨୨ରେ ସାଢେ ୧୧ଟା ରହିଥିବା ବେଳେ ତାଙ୍କ ନିକଟକୁ ଆର୦୦୮୦୬୮୩୮୬୭/୧୪ା୧୨ା୨୨ ମଧ୍ୟାହ୍ନ ୧୨ ଟା ୪୨ ମିନିଟ୍‌ରେ ନାଉଗଁା ପୋଷ୍ଟ ଅଫିସରୁ ଚିଠି ପଠାଯାଇଛି। ଗୀତା ସ୍ବାଇଁଙ୍କର ଶୁଣାଣି ତାରିଖ ୧୪ା୧୨ା୨୨ ସମୟ ସାଢେ ୧୧ ଟା ରହିଥିବା ବେଳେ ତାଙ୍କ ନିକଟକୁ ସେହିଦିନ ମଧ୍ୟାହ୍ନ ୧୨ ଟା ୪୨ମିନିଟ୍‌ରେ ପଠାଯାଇଥିବା ବେଳେ ସେ ଏହି ଚିଠିକୁ ୧୯ା୧୨ା୨୨ରେ ରିସିଭ କରିଥିବା ଜଣାଯାଇଛି। ସୌମ୍ୟପ୍ରଭା ବିଶ୍ୱାଳଙ୍କ ଶୁଣାଣି ସମୟ ୧୫ା୧୨ା୨୨ ସାଢେ ୧୧ଟା ରହିଥିବା ବେଳେ ତାଙ୍କ ନିକଟକୁ ୧୪ା୧୨ା୨୨ ସମୟ ୧୨ ଟା ୪୨ମିନିଟ୍‌ରେ ଡାକ ଯୋଗେ ଚିଠି ପଠାଯାଇଛି। ଏହି ଚିଠିକୁ ସେ ୧୯ା୧୨ା୨୨ରେ ରିସିଭ କରିଥିବା ଜଣାଯାଇଛି। ମାନସୀ ସେଠୀଙ୍କ ଶୁଣାଣି ୧୫ା୧୨ା୨୨ ସମୟ ସାଢେ୧୧ଟା ରହିଥିବା ବେଳେ ତାଙ୍କ ନିକଟକୁ ୧୪ା୧୨ା୨୨ ଚିଠି ପଠାଯାଇଥିଲା। ଏହି ଚିଠିକୁ ସେ ୧୯ା୧୨ା୨୨ରେ ରିସିଭ କରିଥିବା ଜଣାଯାଇଛି। ଗୋଟିଏ ନୁହେଁ କି ଦୁଇଟି ନିହେଁ ଗୋଟିଏ ସମୟରେ ୫ଟି ଚିଠିକୁ କିପରି ନିର୍ଦ୍ଦାରୀତ ସମୟରେ ପୋଷ୍ଟ କରା ନ ଯାଇ ଶୁଣାଣି ଦିନ ରେଜିଷ୍ଟ୍ରଡ କରାଯାଇଛି ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥ୍ୟ ଲୁଚାଇବା କିମ୍ବା ନ ଦେବା ପାଇଁ ଏପରି କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ସଂକ୍ରାନ୍ତରେ ସିଡିପିଓ ବାସନ୍ତୀ ମାଇନଙ୍କୁ ପଚାରିବାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଅନ୍ଦୋଳନ ଜାରି ରଖିଛନ୍ତି। ତେଣୁ କର୍ମଚାରୀମାନେ ଛତୁଆ ବାଣ୍ଟିବାକୁ ଯାଉଛନ୍ତି। ଏଥିପାଇଁ ଚିଠି ପଠାଇବାରେ ବିଳମ୍ବ ହୋଇଛି। ପୁଣି ସମୟ ଧାର୍ଯ୍ୟ କରାଯାଇ ଚିଠି ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ...

ଅପେରାରେ ଅଶ୍ଳୀଳ ନାଚ ରୋକିବାକୁ ଭିଡିଓ ରେକର୍ଡିଂ

ମାଲକାନଗିରି,୩୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଅପେରା ମଞ୍ଚରେ ଅଶ୍ଳୀଳତା ନେଇ ଅଭିଯୋଗ ହେବାପରେ ରେକର୍ଡ ଡ୍ୟାନ୍ସ ସମୟରେ କ୍ୟାମେରା ଲଗାଇ ରେକର୍ଡିଂ କଲା ପୋଲିସ। ପୋଲିସ ଛାଉଣୀରେ ଚାଲିଲା...

ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା: ୨ ଦୁଇ ମୃତ ଜଣେ ଗୁରୁତର

ତେନ୍ତୁଳିଖୁଣ୍ଟି,୩୧ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ପୂଜାରୀଗୁଡା ଷ୍ଟାଡିୟମ ତେନ୍ତୁଳିଗଛ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା...

୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ କେସିଙ୍ଗା ପୋଲିସ ମଙ୍ଗଳବାର ଚଢାଉ କରି ଏକ...

ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ 

ଦାରିଙ୍ଗବାଡି,୩୧।୧୨ (ଅରୁଣ ସାହୁ ): ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଗାଁଗାଁ ବୁଲି ଜନ ସଚେତନ କରୁଛନ୍ତି ନନ୍ଦିଘୋଷ ଖମାରୀ। ବରଗଡ଼ ଜିଲାର ବାସିନ୍ଦା ନନ୍ଦିଘୋଷ...

ରାସ୍ତାକାମ ନିମ୍ନମାନର, ହାତମାରିଲେ ଉଠିଯାଉଛି ପିଚୁ

ଥୁଆମୂଳ ରାମପୁର, ୩୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଡାକକୋଟା ଭାରତ ଯାତ୍ରାଠାରୁ ତୁକଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ...

ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମସ୍ଥିତ ସମୁଦ୍ର ବେଳାଭୂମିରେ କିଛି ମଲା କଇଁଛ ପଡ଼ିଥିବା ଏବଂ ସେମାନଙ୍କୁ ବିଲୁଆ...

ଲକ୍ଷ୍ମୀଜୋର୍‌ ପୋଲ ଉପରୁ ଯୁବକଙ୍କ ମୃତଦେହ ଜବତ: ମିଳିଲା ଲୁହା ପାଇପ୍‌, ହତ୍ୟା ସନ୍ଦେହ

ବଲାଙ୍ଗୀର,୩୧।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡା ନିକଟ ଲକ୍ଷ୍ମୀଯୋର ପୋଲ ଉପରୁ ବଲାଙ୍ଗୀର ଟାଉନ ପୋଲିସ ରବିବାର ବିଳମ୍ବିତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri