Categories: ଜାତୀୟ

ମେ ୪ରୁ ଏଲ୍‌ଆଇସିର ଆଇପିଓ ବିକ୍ରି ଘୋଷଣା

ମୁମ୍ବାଇ,୨୭।: ବୀମା କମ୍ପାନୀ ଏଲଆଇସି ବୁଧବାର ଆଇପିଓ ବିକ୍ରି ଘୋଷଣା କରିଛି। ଏହି ଆଇପିଓ ଶେୟାର ଧାରକ ହେବା ନିମନ୍ତେ ଆସନ୍ତା ମେ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିମନ୍ତେ ସୁଯୋଗ ମିଳିବ। ଏଲଆଇସି ୩.୦ରେ ଲୋକଙ୍କୁ ଏହି ସୁଯୋଗ ମିଳିବ। ଆଇପିଓ କିଣିବା ନିମନ୍ତେ ଏଲଆଇସି ପଲିସି ଧାରକମାନଙ୍କ ପାଇଁ ଶେୟାର ପିଛା ଦର ୬୦ ଟଙ୍କା ଏବଂ ଅନ୍ୟ ନିବେଶକ ତଥା କର୍ମଚାରୀଙ୍କ ପାଇଁ ଏହାର ସେୟାର ପିଛା ୪୫ ଟଙ୍କା ରିହାତି ମିଳିବ। ମୁମ୍ବାଇରେ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ଏଲଆଇସି ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଛନ୍ତି। ୨୧ ହଜାର କୋଟିର ଆଇପିଓ ଦେଶର ସବୁଠାରୁ ବଡ ପ୍ରାରମ୍ଭିକ ସର୍ବସାଧାରଣ ଅଫର ହେବ। ସରକାର ଆଇପିଓର ଆକାର ମଧ୍ୟ କାଟ କରିଛନ୍ତି। ଏଲଆଇସିରେ ସରକାରଙ୍କ ୩.୫ ପ୍ରତିଶତ ଅଂଶ ରହିଛି।

Share