ଆଜି ଗୁଜରାଟରେ ହେବ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ୱର,୩୦ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ। ଏଥିପାଇଁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ, ଏଏସ୍‌ଆଇ ସଲିଳମୟୀ ସାହୁ ଏବଂ ଘଟଣା ଦିନ ଥାନାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଉପସ୍ଥିତ ଥିବା କାର୍ଯ୍ୟରତ ଏସ୍‌ଆଇ ପ୍ରଶାନ୍ତ ମହାରଣା ରବିବାର ଗୁଜରାଟ ଯାଇଛନ୍ତି। ଏଥିସହ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ୩ଜଣିଆ ଟିମ୍‌ ମଧ୍ୟ ସେଠାକୁ ଯାଇଛି। ତେବେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ, ନାର୍କୋ-ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଙ୍ଗ୍‌ ଟେଷ୍ଟ ହେବାକୁ ଥିବାବେଳେ ଅନ୍ୟ ୪ ପୋଲିସ ଅଧିକାରୀଙ୍କ କେବଳ ପଲିଗ୍ରାଫ୍‌ ଟେଷ୍ଟ କରାଯିବ। ଜଣଙ୍କ ପରେ ଜଣଙ୍କୁ ଏସବୁ ଟେଷ୍ଟ କରାଇବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଟେଷ୍ଟ ସରିବା ପରେ ସମସ୍ତ ପୋଲିସ ଅଧିକାରୀଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ଓଡ଼ିଶା ଫେରିଆସିବ। ଉକ୍ତ ରାତିରେ ପ୍ରକୃତରେ କ’ଣ ଘଟିଥିଲା। କାହା ବୟାନରେ ସତ ରହିଛି। ଏସବୁ ଜାଣିବାକୁ କ୍ରାଇମ୍‌ବ୍ରାଞ୍ଚ ପାଖରେ ଶେଷ ବିକଳ୍ପ ରହିଛି ସାଇଣ୍ଟିଫିକ୍‌ ଟେଷ୍ଟ। ରିପୋର୍ଟ ଆସିବା ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ତଦନ୍ତକାରୀ ଟିମ୍‌ ଆଶା ରଖିଛି। ଏସବୁ ଟେଷ୍ଟ କରାଇବାକୁ କ୍ରାଇମ୍‌ବ୍ରାଞ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିବାବେଳେ ପୋଲିସ ଅଧିକାରୀମାନେ ସହମତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦିନରେ ଓ ଟେଷ୍ଟ ହେବାକୁ ଥିବା ୫ ପୋଲିସ ଅଧିକାରୀ ରାତିରେ ବିମାନଯୋଗେ ଗୁଜରାଟ ଗସ୍ତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୩୦।୯: ଆଜି ଦୁଇ ଦିନିଆ ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଆସନ୍ତାକାଲି ଚାଇଁବାସାର କୋଲହାନ...

ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ...

ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ତିରୁପତି ମନ୍ଦିରରେ ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ଅପମିଶ୍ରିତ ଘିଅ...

‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା...

ପଇଁତରା ମାରୁଛି ପ୍ରଶାସନ, ପୋଲିସ

ଭଦ୍ରକ/ଧାମନଗର,୩୦।୯ (ସନାତନ ରାଉତ/ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ ମହାପାତ୍ର): ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ଉତ୍ତେଜନା ପରଠାରୁ ୧୬୩ ଧାରା ଜାରି ରହିଥିବା ବେଳେ...

ଅତିରିକ୍ତ ସଚିବଙ୍କ ଜାଲ୍‌ ଦସ୍ତଖତରେ ନକଲି ନିଯୁକ୍ତିପତ୍ର

ଭୁବନେଶ୍ୱର,୩୦ା୯(ସୂର୍ଯ୍ୟକାନ୍ତ ବେହେରା): ରାଜ୍ୟରେ ବର୍ତ୍ତମାନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ପଦବୀ ଲାଗି ପର୍ଯ୍ୟାୟକ୍ରମେ ପରୀକ୍ଷା ଚାଲୁ ରହିଛି। ଏହାକୁ ନେଇ ସାଇବର ଅପରାଧୀମାନେ ବେଶ୍‌ ସକ୍ରିୟ...

୬ରେ ଆଉ ଏକ ଲଘୁଚାପ, ୧୦ ଯାଏ ଏହି ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।...

ସହରାଞ୍ଚଳ ଶାସନରେ ଓଡ଼ିଶା ଦ୍ୱିତୀୟ

ମୁମ୍ବାଇ,୩୦ା୯: ସହରାଞ୍ଚଳ ଶାସନ କ୍ଷେତ୍ରରେ କେରଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ଦ୍ୱିତୀୟରେ ରହିଛି। ସଦ୍ୟ ପ୍ରକାଶିତ ଅର୍ବାନ ଗଭର୍ନାନ୍ସ ଇଣ୍ଡେକ୍ସ (ୟୁଜିଆଇ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri