କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ

ପାଟଣା,୨୭।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତର ବାରତଣିଆ ଗ୍ରାମର ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ୨ ବର୍ଷ ଝିଅର ଜୀବନ ଯାଇଛି।
ଗ୍ରାମର ଚିତରଞ୍ଜନ ମୁଣ୍ଡା ଏବଂ ତାଙ୍କ ୨ ଝିଅ ବନିତା, ଶୁଭଲକ୍ଷ୍ମି ଓ ସ୍ତ୍ରୀ ରଜନୀ ଗୁରୁବାର ବିଳମ୍ବିତ ରାତିରେ ଶୋଇଥିଲେ। ଲଗାଣ ବର୍ଷା ଯୋଗୁ ଘର କାନ୍ଥ ସେମାନଙ୍କ ଉପରେ ଖସି ପଡିଥିଲା। ଫଳରେ କାନ୍ଥ ତଳେ ପରିବାର୪ ସଦସ୍ୟ ଚାପି ହୋଇ ରହିଥିଲେ। ଗାଁ ଲୋକେ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଝିଅ ଶୁଭଲକ୍ଷ୍ମୀ (୨)ଙ୍କ ମୃତ୍ୟୁ ଘଟିଛି। ଚିତରଞ୍ଜନ ସ୍ତ୍ରୀ ରଜନୀ ଓ ଝିଅ ବନିତା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝରରେ ଶିଶୁକନ୍ୟାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପାଟଣା ଥାନା ଅଧିକାରୀ ଉଦୟ ବୀର କୁଲୁ କହିଛନ୍ତି।
ଘଟଣାସ୍ଥଳରେ ସାହାରପଡା ତହସିଲଦାର ପରମାନନ୍ଦ ଖଣ୍ଡେଇ ପରିଦର୍ଶନ କରି ଘଟଣାର ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack:‘ପାକିସ୍ତାନର ରିଆକ୍ସନ ହେବ ହାର୍ଡ’, ଆତଙ୍କବାଦୀ ଆକ୍ରମଣକୁ ନେଇ ଏମିତି କହିଲେ PAK ପୂର୍ବତନ ହାଇ କମିଶନର

ଶ୍ରୀନଗର,୨୩।୪: ମଙ୍ଗଳବାର (୨୨ ଏପ୍ରିଲ) କଶ୍ମୀରର ପହଲଗାମରେ ହୋଇଥିବା Terror Attack ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ସମସ୍ତ ଦେଶର ନେତାମାନେ ଏହି...

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Pahalgam Terror Attack: କଶ୍ମୀରରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲେ ଅପରାଜିତା, କହିଲେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ...

+୩ ପରୀକ୍ଷା ଫଳ ପ୍ରକାଶ, ଟପ ଟେନ ତାଲିକାର ୨ୟ ସ୍ଥାନରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ

ବୁଗୁଡ଼ା,୨୩।୪,(କାଳିଚରଣଦାଶ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବୁଗୁଡ଼ା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶିବାନୀ...

ବିଭିନ୍ନ ଦାବି ନେଇ କ୍ଷେତ ମଜଦୁର ସଙ୍ଘର ବିକ୍ଷୋଭ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ ): ଓଡ଼ିଶା କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ବ୍ଲକ ମୁଖ୍ୟ ଫାଟକ ସମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏ...

Pahalgam Terror Attack: ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶାହା, ଭେଟିଲେ ପୀଡ଼ିତଙ୍କ ପରିଜନଙ୍କୁ

ଶ୍ରୀନଗର,୨୩।୪: ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ ୧୭ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ...

Pahalgam Attack Updates: ଘଟଣାସ୍ଥଳରେ ପହଞ୍ଚି ଶାହା କହିଲେ, ‘ଆତଙ୍କବାଦ ସାମ୍ନାରେ ନଇଁବ ନାହିଁ ଭାରତ’

ଶ୍ରୀନଗର,୨୩।୪: ମଙ୍ଗଳବାର ଅପରାହ୍ନରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାରୁ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ...

China: ନିଆଁ ଲାଗି ଭୁଷୁଡି ଗଲା ପୋଲ, ଆକାଶ ହେଲା ଧୂଆଁ ମୟ

ବେଜିଂ,୨୩।୪: ବେଜିଂର ଉତ୍ତର-ପୂର୍ବ ଶୁନି ଜିଲାରେ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ହୋଇଛି, ଯାହା ଫଳରେ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଏ ସମ୍ପର୍କିତ ଫଟୋ ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image