ବନ୍ଧୁଙ୍କ ବାହୁରେ ଏକ ସିମ୍ପାଞ୍ଜିର ଜୀବନ ଯାଇଛି। ଏହି ସିମ୍ପାଞ୍ଜି ଫରେଷ୍ଟ ରେଞ୍ଜରଙ୍କ ସହିତ ସେଲ୍ଫି ନେଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ପୂର୍ବକାଙ୍ଗୋର ବିରୁଙ୍ଗା ନ୍ୟାଶନାଲ ପାର୍କରେ ରହୁଥିବା ସିମ୍ପାଞ୍ଜି ନିଜର ୪୯ ବର୍ଷୀୟ କାର୍ଯ୍ୟବାହକ ଆଣ୍ଡ୍ରେ ବାଉମାଙ୍କ କୋଳରେ ଶେଷ ନିଃଶ୍ୱାସ ତ୍ୟାଗ କରିଛି। ଏହି ସିମ୍ପାଞ୍ଜିର ୧୪ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସିମ୍ପାଞ୍ଜିିଟିକୁ ବିରୁଙ୍ଗା ରେଞ୍ଜରମାନଙ୍କ ଦ୍ୱାରା ବଞ୍ଚା ଯାଇଥିଲା। ଯେତେବେଳେ ସେ ମାତ୍ର ୨ ମାସର ହୋଇଥିଲା। ତା’ର ମା-ବାପାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଆଣ୍ଡ୍ରେ ତା’ର ଦେଖାଶୁଣା କରୁଥିଲେ। ଏପରିକି ସେ ସିମ୍ପାଞ୍ଜିିର ଆଜୀବନ ବନ୍ଧୁ ପାଲଟି ଯାଇଥିଲେ।
ତେବେ ଏହି ସିମ୍ପାଞ୍ଜିଟି କିଛିଦିନ ତଳେ ପ୍ରାଣତ୍ୟାଗ କରିଛି। ତାହା ପୁଣି ଆଜୀବନ ବନ୍ଧୁଙ୍କ କୋଳରେ। ୨୦୧୯ରେ ପାର୍କର ରେଞ୍ଜର ମାଥ୍ୟୁ ଶାମ୍ଭୁଙ୍କ ସହ ସେଲ୍ଫି ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲା। ଏହି ସିମ୍ପାଞ୍ଜିିର ନାଁ ନାଦକାସୀ। ବାଉମା ତାକୁ ଧରିଥିବା ବେଳେ ନାଦକାସୀର ଜୀବନ ଯାଇଛି। ବାଉମା କହିଛନ୍ତି, ଏହିପରି ସ୍ନେହୀ ପ୍ରାଣୀକୁ ସମର୍ଥନ କରିବା ଏବଂ ଯତ୍ନ ନେବା ଭାଗ୍ୟର ବିଷୟ। ତା’ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ବାଉମା।