ସୋରଡ଼ା,୨୨ା୧୦(ଲମ୍ବୋଦର ପାଣିଗ୍ରାହୀ): ସୋରଡ଼ା ବ୍ଳକ ଭଗବାନପୁର ଗ୍ରାମ ନିକଟ ହୁଳୁହୁଳା ଜଳ ଗଣ୍ଡସ୍ଥଳକୁ ବଣଭୋଜି ପାଇଁ ଆସିଥିବା ବ୍ରହ୍ମପୁର ବିଜିପୁର ଅଞ୍ଚଳର ଡାକ୍ତରୀ ଛାତ୍ର ରାକେଶ କୁମାର ପାଢ଼ୀଙ୍କ ଅକାଳ ମୃତ୍ୟୁ ହୋଇଛି। ରାକେଶ ଓ ଅନ୍ୟ ୩ ଜଣ ସାଙ୍ଗ ରବିବାର ଭୋଜି କରିବାକୁ ଯାଇଥିଲେ। ଅପରାହ୍ନରେ ଗଣ୍ଡରେ ଗାଧୋଉଥିଲା ବେଳେ ରାକେଶଙ୍କ ଗୋଡ ଖସି ଯିବାରୁ ସେ ଗଣ୍ଡରେ ପଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚତ୍ ଖୋଜି ବାହାର କରିଥିଲେ। ଥାନାଧିକାରୀ ଅନିଲ କୁମାର ପରିଡା ପହଞ୍ଚତ୍ ରାକେଶଙ୍କୁ ସୋରଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।