ମୟୂରଭଞ୍ଜ,୨୯।୧୦: ବାପାଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଝିଅଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ପଥରଖଣି ଗାଁରେ ।
ପାରିବାରିକ କହଳରୁ ଏପରି ଘଟଣା ଘଟିଥିବା କୁହାଯାଉଛି। ସ୍ବାମୀଙ୍କ ମୃତ୍ୟୁପରେ ଝିଅ ଶାଶୁଘର ଛାଡ଼ି ବାପାଘରେ ରହୁଥିଲେ। ଅନ୍ୟପକ୍ଷରେ ପାରିବାରିକ କଳହରୁ ଗର୍ଭବତୀ ଝିଅର ପେଟକୁ ଗୋଇଠା ମାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି।