ମା’ କୋଳରୁ ଭାସିଯାଇ ଚାଲିଗଲା ଦୁଇ ବର୍ଷ ଶିଶୁର ଜୀବନ

ନୟାଗଡ଼ ଅଫିସ,୫।୯: ନୟାଗଡ ଜିଲା ଓଡଗାଁ ଥାନା ଗୌଡପୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହିତ ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ଦୁଇ ବର୍ଷର ଶିଶୁଙ୍କ ଜୀବନ ଯାଇଛି। ମୃତ ଶିଶୁ ଜଣଙ୍କ ହେଲେ ଶାନ୍ତିଲତା ବାରିକଙ୍କ ଝିଅ ଶ୍ରଦ୍ଧାଞ୍ଜଳି। ସୋମବାର ସକାଳେ ଗୌଡପୁଟ ଜଗନ୍ନାଥସାହିର ଶାନ୍ତିଲତା ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ। ମା’ ଝିଅ ଗାଧୋଉଥିବାବେଳେ ଅସାବଧାନତାବଶତଃ ଝିଅ ନଦୀର ସ୍ରୋତରେ ଭାସିଯାଇଥିଲେ। ଶାନ୍ତିଲତା ବହୁତ ଖୋଜାଖୋଜି ପରେ ଝିଅକୁ ନ ପାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ବହୁତ ଖୋଜାଖୋଜି କରିବା ପରେ ୧୦୦ମିଟର ଦୁରରେ ଥିବା ଏକ ବ୍ରିଜ ତଳୁ ପିଲାଟିକୁ ପାଇଥିଲେ। ଓଡଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ଭର୍ତ୍ତି କରିବାପରେ ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

Share