ମା’ ଆଖି ଆଗରେ ଦେଢ ବର୍ଷର ଶିଶୁ ପୁତ୍ରର ଜୀବନଗଲା

ଛତ୍ରପୁର,୩।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡ୍ରାଫ କଲୋନୀଠାରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି । ପାଣି ଡ୍ରମରେ ବୁଡି ଜଣେ ଦେଢବର୍ଷର ଶିଶୁର ମୃତ ଘଟିଛି । ମୃତ ଶିଶୁ ଜଣକ ହେଲେ ୱାଇ ଅଜିତ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ସାନଆର୍ଯ୍ୟପଲ୍ଲୀ ଗ୍ରାମକୁ ଗତ ଦେଢ ମାସ ତଳେ ୱାଇ ଡିଲମ୍ମା ତାଙ୍କ ସ୍ବାମୀ ଏବଂ ଦେଢବର୍ଷର ଶିଶୁକୁ ଧରି ତାଙ୍କ ଭାଇ ଘରକୁ ଆସି ରହୁଥିଲେ। ମଙ୍ଗଳବାର ଡିଲମ୍ମା ତାଙ୍କ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଦେଢ ବର୍ଷ ପୁଅ ଅଜିତ ଘରଭିତରେ ପାଣି ଡ୍ରମ ନିକଟରେ ଖେଳୁଥିଲେ । କିଛି ସମୟ ପରେ ଡିଲମ୍ମା ତାଙ୍କ ପୁଅ କୁଆଡେ ଗଲେ ବଲି ଖୋଜା ଖୋଜି କରିଥିଲେ। ମାତ୍ର ପୁଅକୁ ପାଇ ନ ଥିଲେ। ପରେ ଦେଖିଲେ ତାଙ୍କ ଘରେ ଥିବା ପାଣି ଡ୍ରମରେ ପୁଅ ପଡିଯାଇଛି ।ପରେ ପୁଅକୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ପାର୍ସଲ, ଲଗେଜ୍‌ ଟ୍ରାଫିକ୍‌

ଯାଜପୁର,୨୨ା୧୧(ହର୍ଷବର୍ଦ୍ଧନ ବେହେରା): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ଼ ରେଳ ଷ୍ଟେଶନକୁ ଅଣଦେଖା କରୁଥିବା ଅଭିଯୋଗର ସତ୍ୟତା ଏବେ ବାରି ହୋଇ ପଡୁଛି। ଦୀର୍ଘବର୍ଷ ହେଲା...

ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ସଭାଗୃହ ଠାରେ ଅନୁଷ୍ଠିତ...

ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ

କଟକ,୨୨ା୧୧ (କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ବରଖାସ୍ତ କରିବା ନେଇ ହାଇକୋର୍ଟରେ ରୁଜୁ ମାମଲାର...

ବିଜେଡି ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ: ହିମାଂଶୁ

ଯାଜପୁର/କାଏମା, ୨୨ା୧୧ (ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି): ବିଜେଡିର ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) କହିବା ସହ ତାଙ୍କ...

ବାଘକୁ ନେଇ ବିଧାୟକ ବିବ୍ରତ

ବାରିପଦା,୨୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଘ କବଳରୁ ରକ୍ଷା...

ମଧ୍ୟାହ୍ନଭୋଜନରେ ପୋକ, ଘରକୁ ଫେରିଲେ ଛାତ୍ରୀଛାତ୍ର

କଣାସ/ସାକ୍ଷୀଗୋପାଳ,୨୨।୧୧ (ବିଭୂତି ଭୂଷଣ ତ୍ରିପାଠୀ/ଭରତ ରାଉତ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି।...

ଭଉଣୀ ଘରୁ ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ଭାଇଙ୍କ ଜୀବନ

ନବରଙ୍ଗପୁର ୨୧।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ଅଧୀନ ର୍ଟିଲି ଆମ୍ବଗୁଡା ଛକ ନିକଟରେ ଗୁରୁବାର ସକାଳେ ଓ ସନ୍ଧ୍ୟାରେ ୨ଟି ଦୁର୍ଘଟଣା ଘଟିଛି। ସନ୍ଧ୍ୟାରେ ଘଟିଥିବା...

ବରଗଡର ପାଇଁ ସୁନାମ ଆଣିଲେ ପ୍ରବୀଣ, ସୌର୍ଯ୍ୟରଞ୍ଜନ: ଓଡ଼ିଶା ଟି-୨୦ ଦଳରେ ପାଇଲେ ସ୍ଥାନ

ବରଗଡ,୨୧।୧୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାର ପ୍ରତିଭାବାନ ଖେଳାଳି ତଥା ଜିଲା ବରିଷ୍ଠ କ୍ରିକେଟ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri