Advertisement

ସ୍କର୍ପିଓ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଦେବଗଡ଼,୩୧ା୧(ଶଶାଙ୍କ ଶେଖର ଝାଙ୍କର): ସ୍କର୍ପିଓ ଧକ୍କାରେ ସ୍କୁଟିରେ ଯାଉଥିବା ଦମ୍ପତିଙ୍କ ଜୀବନ ଯାଇଛି। ବାରକୋଟ ଥାନା ବମ୍ପରଡ଼ା ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦମ୍ପତି ବୁଧବାର ପାଲଲହଡ଼ା ପଟୁ ନିଜ ଘରକୁ ସ୍କୁଟିରେ ଫେରୁଥିବା ବେଳେ ପଛପଟୁ ସ୍କର୍ପିଓ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଝରବାହାଳ ଗ୍ରାମର ହୃଦାନନ୍ଦ ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଚାଳକଙ୍କୁ ପୋଲିସ ଅଟକ ରଖିଛି। ବାରକୋଟ ଡାକ୍ତରଖାନାରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share