Advertisement

ଦନ୍ତା ଆକ୍ରମଣରେ ଚାଲିଗଲା ଡ଼ଙ୍ଗରିଆ ଯୁବକଙ୍କ ଜୀବନ

ରାୟଗଡ଼ା,୧୪।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମର ଜଣେ ଡ଼ଙ୍ଗରିଆ ଯୁବକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ସାଲୁପୁ କୁଟ୍ରୁକା।
ଘଟଣାରୁ ପ୍ରକାଶ ଯେ, ସାଲୁପୁ ଶୁକ୍ରବାର ରାତିରେ ପାହାଡ ଉପରେ ନିଜ ଧାନ କ୍ଷେତରେ ଜଗିଥିବା ସମୟରେ ହାତୀ ପଶି ଆସିଥିଲା। ସାଲୁପୁ ହାତୀ ଘଉଡ଼ାଇବା ସମୟରେ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏନେଇ ଏସିଏଫ ଅଶୋକ ପ୍ରଧାନଙ୍କୁ ପଚାରିବାରୁ କଲ୍ୟାଣସିଂହପୁର ରେଞ୍ଜରଙ୍କୁ ଘଟଣାସ୍ଥଳକୁ ଯାଇ ଘଟଣାର ସତ୍ୟାସତ୍ୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share