ପାଟଣା,୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବୈତରଣୀ ନଦୀ ପାଟନାଳି ବାଲିଘାଟରେ ରବିବାର ବିଳମ୍ବିତ ରାତ୍ରିରେରେ ଏକ ଦୁର୍ଘଟଣା ଘଟିଛି। ବାଲି ଉତ୍ତୋଳନ ବେଳେ ହାଇୱା ଚକ ତଳେ ଜଣେ ଡମ୍ପର ଚାଳକଙ୍କ ଜୀବନ ଯାଇଛି। ବାଲି ଲୋଡ଼ ପାଇଁ ଆସିଥିବା ଡମ୍ପର ଡ୍ରାଇଭରଙ୍କ ଉପରେ ଏକ ହାଇଓ୍ବା ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ସଦର ଥାନା କଦଳୀପଶି ଗ୍ରାମର ଫକୀର ମହାନ୍ତ।
ସୂଚନାଯୋଗ୍ୟ, ଫକୀର ଡମ୍ପର ଛିଡାକରି ବସିଥିବା ବେଳେ ହାଇୱା ପଛାଉଥିବା ବେଳେ ଫକୀରଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।