ସାନଭାଇ ତୀରମାଡ଼ରେ ବଡ଼ଭାଇଙ୍କ ଜୀବନ ଗଲା

କାଳିଆପାଣି,୨୯ା୭(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗଁା ଅଶୋକଝର ଗାଁରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି।
ମଦ ନିଶାରେ ଗାଁର ଦୁଲଭ ପଧାନ ବଡ଼ ଭାଇ ଗୁଲୁ ପଧାନ(୨୯)ଙ୍କୁ ତୀର ମାଡ଼ କରି ହତ୍ୟା କରିଛନ୍ତି। ସକାଳେ କୌଣସି ପାରିବାରିକ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଳି ଲାଗିଥିଲା। ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା। ଫଳରେ ଉଭୟ ଘରୁ ବାହାରକୁ ଚାଲି ଯାଇଥିଲେ। ପୁଣି ପୂର୍ବାହ୍ନରେ ଉଭୟ ଘରକୁ ଆସି ଝଗଡ଼ା କରିଥିଲେ। ଏହି ସମୟରେ ସାନ ଭାଇ ଦୁଲଭ ରାଗିଯାଇ ଏକ ଧନୁତୀର ଆଣି ଘର ପିଣ୍ଡାରେ ବସିଥିବା ଗୁଲୁଙ୍କୁ ମାଡ଼ କରିଥିଲେ। ତୀରଟି ଗୁଲୁଙ୍କ ଛାତିରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଗୁଲୁଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ଦୁଲଭ ଫେରାର ହୋଇଯାଇଥିଲେ। କାଳିଆପାଣି ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

Share