ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୋଲସରା,୬।୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ ଗ୍ରାମ ପଞ୍ଚାୟତ ହାତୀପାଦ ପଲ୍ଲୀ ଗ୍ରାମର ଜଣେ ବୃଦ୍ଧ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହାତୀପାଦ ପଲ୍ଲୀ ଗ୍ରାମର ନନ୍ଦିଆ ପରିଡ଼ା (୭୦)। ସେ ଗୁରୁବାର ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଁ ପୋଖରୀରେ କେହି ଜଣେ ବୁଡ଼ି ଯାଇଥିବା ଦେଖି ଗ୍ରାମର ଯୁବକ ମାନେ ପୋଲିସକୁ ସୂଚନା ଦେଇଥିଲେ। ନନ୍ଦିଆଙ୍କୁ ପୋଖରୀରୁ ଉଦ୍ଧାର କରି ଦମକଳ ଗାଡି ସାହାଯ୍ୟରେ ଚିକିତ୍ସା ପାଇଁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୋଲସରା ପୋଲିସ ପହଁଚି ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡିଛି।

Share