Categories: ଜାତୀୟ

ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ଛତ୍ରପୁର,୩।୧୦(ଦିଲିପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଘଡଘଡ଼ାପଲ୍ଲୀ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘଡଘଡ଼ାପଲ୍ଲୀ ଗ୍ରାମର ଏସ. କୁରମେୟା ପାତ୍ର (୬୮)। ସେ ଗତକାଲି ସନ୍ଧ୍ୟାରେ ପୋଖରୀକୁ ଗାଧୋଇାକୁ ଯାଇ ସେଠାରେ ବୁଡି ଯାଇଥିଲେ। ଆଜି ସକାଳୁ ତାଙ୍କ ମୃତ୍ୟୁ ଶରୀର ପୋଖରୀରେ ଭାସୁଥିବା ଲୋକମାନେ ଦେଖିଥିଲେ। ଏନେଇ ଥାନାରେ ମୃତକଙ୍କ ପୁଅ ଏସ. ପୁରୁଷତ୍ତମ ପାତ୍ର ଏତଲା ଦେଇଥିଲେ। ଘଟଣାର ଖବର ପାଇଁ ଚମାଖଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଛତ୍ରପୁର ଅଗ୍ନିଶମ କର୍ମଚାରୀ ପହଁଛି ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲେ। ପୋଖରୀରେ ବୁଡି ମୃତ୍ୟୁ ଘଟଣାକୁ ନେଇ ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ. ଚକ୍ରପାଣି ରେଡି ଛତ୍ରପୁର ଅତିରିକ୍ତ ତହସିଲଦାର ଓ ସ୍ଥାନୀୟ ଆରଆଇ ଖବର ଦେଇଥିବା ସୂଚନା ଦେଇଛନ୍ତି। ମୃତକ ପରିବାର ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହୟତା ପାଇଁ ପ୍ରଶାସନକୁ ସମିତିସଭ୍ୟ ଏସ. ଚକ୍ରପାଣି ରେଡ୍ଡି ଦାବି କରିଛନ୍ତି।

Share