ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌ ଖେଳି ନିଜ ଜୀବନ ହାରିଛନ୍ତି। ଏହା ପଛରେ କାରଣ ‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ’ ନାମକ ଏକ ଭୟାବହ ଅନ୍‌ଲାଇନ୍‌ ଗେମ୍‌ ବୋଲି କୁହାଯାଉଛି। ଏହା ଏକ ଆତ୍ମଘାତୀ ଖେଳ। ଏହାକୁ ସୁଇସାଇଡ୍‌ ଗେମ୍‌ ମଧ୍ୟ କୁହାଯାଏ।

୨୦ ବର୍ଷୀୟ ଛାତ୍ର ମାସାଚ୍ୟୁଟ୍‌ସ ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷରେ ପଢୁଥିଲେ। ଗତ ମାର୍ଚ୍ଚ ୮ରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ରିଷ୍ଟଲ କାଉଣ୍ଟି ଜିଲା ଅଟାର୍ନୀର ପ୍ରବକ୍ତା ଗ୍ରେଗ୍‌ ମିଲିୟଟ୍‌ କହିଛନ୍ତି, ଏହି ମାମଲାର ଯାଞ୍ଚରେ ସ୍ପଷ୍ଟ ହୋଇଛି ଯେ, ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି।

‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ’ ଗେମ୍‌ରେ ପ୍ରତିଯୋଗୀଙ୍କୁ ପ୍ରଦର୍ଶନ କରିବା ପାଇଁ ସାହସ ଦିଆଯାଇଥାଏ। ଯିଏ କି ୫୦ ଲେବଲ ପାର୍‌ ହେବା ପରେ ଅଧିକ କଷ୍ଟକର ହୋଇଥାଏ। ଭାରତ ସରକାର ବର୍ଷ ଆରମ୍ଭରୁ ଏହି ଗେମ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଏହା ଉପରେ ଅଧିକ ବିସ୍ତୃତ ବିଚାର କରାଗଲା। ଆଇଟି ମନ୍ତ୍ରଣାଳୟ ଏହି ଗେମ୍‌ ଲଞ୍ଚ ହେବାର ବର୍ଷକ ପରେ ୨୦୧୭ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଯେ, ବ୍ଲୁ ହ୍ବେଲ୍‌ ଗେମ୍‌ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଗେମ୍‌। ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍‌।

Share