ତୁର୍କିରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଜଣେ ବ୍ୟକ୍ତି ଦୀର୍ଘ ୩୭ ବର୍ଷ ପୂର୍ବେ ଏକ ହଂସର ଜୀବନ ବଞ୍ଚାଇଥିଲେ। ଏହାପରେ ଉଭୟଙ୍କ ସମ୍ପର୍କ ମଜଭୁତ ହୋଇଥିଲା। ଦୀର୍ଘ ୪ ଦଶନ୍ଧି ହେବ ଉଭୟଙ୍କ ସମ୍ପର୍କ ଏତେ ମଜଭୁତ ହୋଇଛି ଯେ, ଯାହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ତୁର୍କିର ପଶ୍ଚିମ ଏଡିରନ୍ତେ ପ୍ରାନ୍ତରେ ରହୁଥିବା ଡାକିଆ ରେସେପ ମିର୍ଜାନ୍ ୩୭ ବର୍ଷ ତଳେ କାର୍ରେ କୁଆଡେ ବୁଲିବାକୁ ଯାଇଥିଲେ। ବାଟରେ ଏକ ହଂସକୁ ଦେଖିଥିଲେ। ହଂସଟିର ଏକ ଡେଣା ଭାଙ୍ଗିଯାଇଥିଲା। ମିର୍ଜାନ୍ ସମୟ ନଷ୍ଟ ନ କରି ହଂସକୁ ଉଦ୍ଧାର କରି ତାର ଚିକିତ୍ସା କରିଥିଲେ। ପରେ ତାକୁ ଘରକୁ ନେଇଥିଲେ। ହଂସଟି ସୁସ୍ଥ ହେବା ପରେ ତାକୁ ନିଜର ବନ୍ଧୁ କରିଦେଇଥିଲେ ମିର୍ଜାନ୍। ସାଧାରଣତଃ ହଂସର ବୟସ ୧୨ବର୍ଷ ହୋଇଥାଏ। କିନ୍ତୁ ସଂରକ୍ଷିତ ବାତାବରଣରେ ହଂସ ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ। ଗ୍ୟାରିପ୍ ନାମକ ଏହି ହଂସ ଏକ ବିଶେଷ ପକ୍ଷୀ। ଏବେ ତା’ ବୟସ ୩୭ ବର୍ଷରୁ ଅଧିକ ହେଲାଣି।