ଆଲୋକରେ ଝଲସିବ କପିଳାସ ପାଦଦେଶ

ଢେଙ୍କାନାଳ ଅଫିସ,୭ା୮: ରାଜ୍ୟ ତଥା ତେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ବାରବାଙ୍କ ରାସ୍ତାରେ ରବିବାର ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ ହୋଇଛି । ମନ୍ଦିର ପଟରୁ କପିଳାସ ପାଦ ଦେଶ ପର୍ଯ୍ୟନ୍ତ ୫ କିଲୋମିଟର ବାରବାଙ୍କ ରାସ୍ତାର ୨ କି.ମି. ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଆଲୋକୀକରଣ କରାଯାଇଛି। ଏହି ରାସ୍ତାରେ ୪୪ଟି ବିଦ୍ୟୁତ୍‌ଖୁଣ୍ଟ ପଡ଼ିଛି। ବାକି ୩ କି.ମି. ରାସ୍ତା ଡିସେମ୍ବର ମଧ୍ୟରେ ଆଲୋକୀକରଣ ହେବ। ଦେବୋତ୍ତର ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଆଲୋକୀକରଣ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଏମ୍‌.ପି ମହେଶ ସାହୁ , ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଓ ଜିଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Share