ଆଦିବାସୀ ଗାଁ ଦାଣ୍ଡରେ ଲାଇଟ୍‌ ଲାଗିଲା

ରଘୁନାଥପୁର,୩୧।୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ୩ ନଂ. ଓ୍ବାର୍ଡର ଆଦିବାସୀ ସାହି ଗାଁ ଦାଣ୍ଡରେ ପ୍ରଥମଥର ପାଇଁ ଲାଇଟ୍‌ ଲାଗିଛି। ଓ୍ବାର୍ଡରେ ଏଭଳି ୩୦ଟି ଲାଇଟ୍‌ ଲଗାଯାଇଛି ବୋଲି ସରପଞ୍ଚ ସାହେବା ତବସୁମ୍‌ କହିଛନ୍ତି। ଏହାଦ୍ୱାରା ଏଠାରେ ବସବାସ କରୁଥିବା ୫୦୦ରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ରବିବାର ସରପଞ୍ଚ ତବସୁମ୍‌ ନୃସିଂହ ମନ୍ଦିର ନିକଟରେ ସୁଇଚ ଟିପି ଗଁା ଦାଣ୍ଡରେ ଲଗାଇଥିବା ଲାଇଟ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ ସମିତିସଭ୍ୟା ସାଗରିକା ତରେଇ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ତବସୁମ୍‌ କହିଛନ୍ତି, ୱାର୍ଡର ୩୦ ପରିବାରକୁ ଏ ପର୍ଯ୍ୟନ୍ତ ପକ୍କାଗୃହ ମିଳିନାହିଁ। ଏ ନେଇ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଉକ୍ତ କାର୍ଯ୍ୟରେ ସାମାଜିକ କର୍ମୀ ରହିମ ଖାଁ ଓ ଅଜୟ ସାମଲ ସହଯୋଗ କରିଥିଲେ। ଏ ସମ୍ପର୍କରେ ୱାର୍ଡସଭ୍ୟା ସରସ୍ବତୀ ପ୍ରଧାନ କୁହନ୍ତି, ଓ୍ବାର୍ଡ ରାସ୍ତାରେ ଲାଇଟ୍‌ ନ ଥିବାରୁ ଲୋକେ ସନ୍ଧ୍ୟା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ମାତ୍ର କୌଣସି ସୁଫଳ ମିଳୁ ନ ଥିଲା। ସରପଞ୍ଚ ତବସୁମ୍‌ ଏ ନେଇ ପଦକ୍ଷେପ ନେବା ପରେ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Share