‘ସୀମା ପାର ହୋଇଗଲା ଓଭର ଆକ୍ଟିଙ୍ଗ’, ରଣବୀରଙ୍କ ସର୍କସ ଦେଖି ରାଗିଲେ ଦର୍ଶକେ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସର୍କସ’ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ମୁଭିରେ ରଣବୀର ସିଂ, ବରୁଣ ଶର୍ମା, ପୂଜା ହେଗଡେ, ଜନି ଲିଭର, ଜ୍ୟାକଲିନ ଫର୍ନାଡିଜଙ୍କ ସହିତ ଆହୁରି ଅନେକେ କଳାକାର ରହିଛନ୍ତି । ମୁଭି ଚଳିତ ମାସ ୨୩ ତାରିଖରେ ରିଲିଜ୍ ହେବାକୁ ଯାଉଛି । ହେଲେ ମୁଭିର ଟ୍ରେଲର ଦେଖି ଦର୍ଶକେ ଏତେଟା ଆଶାବଦୀ ନ ଥିବା ଜଣାପଡୁଛି । କାରଣ ସୋସିଆଲ ମିଡିଆରେ ମୁଭିର ଟ୍ରେଲର ଦେଖିବା ପରେ ସେମାନଙ୍କର ରିଆକ୍ସନରୁ ଏହା ସ୍ପଷ୍ଟ ହୋଇଛି । ଅଧିକାଂଶ ଦର୍ଶକଙ୍କୁ ମୁଭିର ଟ୍ରେଲର ପସନ୍ଦ ଆସିନାହିଁ ।
ଟ୍ରେଲର ଦେଖିବା ପରେ କେତେଜଣ ୟୁଜର୍ସ ଲେଖିଛନ୍ତି ପ୍ରଥମଥର ଲାଗି ରୋହିତ ସେଟ୍ଟିଙ୍କ ମୁଭିକୁ ନେଗେଟିଭ ରେସପନ୍ସ ମିଳିଛି । ଆଉ କେତେଜଣ ଲେଖିଛନ୍ତି ସତ କହିବାକୁ ଗଲେ ଟ୍ରେଲର ଆଦୌ ଭଲ ଲାଗିଲାନି । ରଣବୀରଙ୍କ ଓଭର ଆକ୍ଟିଂ ଶେଷ ହୋଇଯାଇଛି । ସେଟ ବି ଆର୍ଟିଫିସିଆଲ ଲାଗୁଛି ।
ଯଦି ଟ୍ରେଲରକୁ ଦେଖି ଦର୍ଶକେ ଏମିତି ରେସପନ୍ସ ଦେଉଛନ୍ତି ତେବେ ଫିଲ୍ମ ବକ୍ସ ଅଫିସରେ କି କମାଲ କରୁଛି ତାହା କେବଳ ସମୟ କହିବ ।

Share