Categories: ଜାତୀୟ

ନୃଶଂସର ସୀମା ଟପିଲା: ପରିବାର ଆଗରେ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢାଇ ମାରିଲେ

ଜୟପୁର,୨୫।୧୦: ଭରତପୁରରେ ବୟନାର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ଥିବା ଆଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମି ବିବାଦ ପୁଣି ଥରେ ହତ୍ୟା ହେବାର କାରଣ ପାଲଟିଛି। ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଅତି ନିର୍ମମ ଭାବରେ ଟ୍ରକ୍ଟେର ଚଢାଇ ହତ୍ୟା କରିଛନ୍ତି। ଏହି ସମୟରେ ମୃତକଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଗାଁରେ ଉତ୍ତେଜନା ସୃଷ୍ଟି କରିଥିଲା। ସୂଚନା ପାଇବା ପରେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅତର ସିଂଙ୍କ ପୁଅ ମୃତ ନିରପତ ଗୁର୍ଜରଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବାଇନା ସିଏଚ୍‌ସିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ପୋଲିସର ସୂଚନାନୁସାରେ, ଦୀର୍ଘ ଦିନ ଧରି ବାହାଦୂର ଗୁର୍ଜର ଏବଂ ଅତର ସିଂ ଗୁର୍ଜର ଗୋଷ୍ଠୀ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦକୁ ନେଇ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଉଭୟ ପକ୍ଷ ପୁନର୍ବାର ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ପରସ୍ପରକୁ ବାଡ଼ି ଓ ପଥରରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ପାର୍ଶର ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ। ଝଗଡା ସମୟରେ ନିରପତ ତଳେ ପଡ଼ିଯାଇଥିଲେ। ତା’ପରେ ବରୋଧୀ ଗୋଷ୍ଠୀ ତାଙ୍କ ଉପରେ ଟ୍ରାକ୍ଟର ଚଢାଇଥିଲେ। ଅଟକାଯିବା ସତ୍ତ୍ୱେ ଅଭିଯୁକ୍ତ ଟ୍ରାକ୍ଟର ଡ୍ରାଇଭର ଅଟକି ନ ଥିଲେ ଏବଂ ଆଠଥର ତଳେ ପଡିଯାଇଥିବା ନିରପତଙ୍କ ଉପରେ ଟ୍ରାକ୍ଟର ଚଢାଇଥିଲେ। ଏହି କାରଣରୁ ନିରପତ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

Share