ରବିବାରଠାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.)-ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶନିବାର ମନ୍ଦିର ପରିସରକୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରର ସଦସ୍ୟମାନେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯିବାର ଅନୁମତି ପାଇବେ। ଜାନୁୟାରୀ ୧ ଓ ୨ତାରିଖରେ ମନ୍ଦିର ଦର୍ଶନ ବନ୍ଦ ରହିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକେ ଦର୍ଶନ କରିବାର ଅନୁମତି ପାଇବେ। ୬ ତାରିଖରୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଦର୍ଶନ ନିମନ୍ତେ କୋଭିଡ୍‌ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ। ଟେଷ୍ଟ ରିପୋର୍ଟ ୪ରୁ ୫ଦିନ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିଭଳି ମାସ୍କ ପରିଧାନ, ସାନିଟାଇଜେଶନ ସହ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ହେବ।

Share