Categories: ଫୁରସତ

ପର୍ଯ୍ୟଟକଙ୍କ କାର ଡୋର୍‌କୁ ମୁହଁରେ ଖୋଲିଦେଲା ସିଂହ, ଆଉ ତା’ ପରେ…

ସିଂହ ପରି ଭୟାନକ ପ୍ରାଣୀ ଟିଭିରେ ହେଉ କି ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ହେଉ, ଯେଉଁଠି ବି ଦେଖିଲେ ମଣିଷ ସମାନ ପ୍ରକାରର ଭୟ ଅନୁଭବ କରେ। ଥରେ ଭାବିଲେ ଯଦି ସିଂହ ଆସି ଆପଣଙ୍କ ସାମ୍ନାରେ ଠିଆ ହେବ, ସେତେବେଳେ ଅବସ୍ଥା କ’ଣ ହେବ? ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କିଛି ପର୍ଯ୍ୟଟକ ଜଙ୍ଗଲ ଭିତରେ ବୁଲୁଥିଲେ। ଏହି ସମୟରେ ଏକ ସିଂହ ତାଙ୍କ ଗାଡ଼ି ନିକଟକୁ ଆସି କାରର୍‌ ଡୋର୍‌କୁ ମୁହଁରେ ଖୋଲି ଦେଉଛି। ଫଳରେ ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଛନ୍ତି।

 

@TansuYegen ନାମକ ଏକ ଟୁଇଟର ପେଜ୍‌ରେ ଜଙ୍ଗଲ ସହ ଜଡ଼ିତ ଭିଡିଓ ପୋଷ୍ଟ କରାଯାଏ। ଏବେ ସେମିତି ଏକ ଭିଡିଓ ଶେୟାର ହୋଇଛି। ଭିଡିଓର କେବଳ ଏକ ଛୋଟ ଅଂଶ ପୋଷ୍ଟ ହୋଇଛି। ଭିଡିଓରେ କିଛି ଲୋକ କାର୍‌ରେ ଜଙ୍ଗଲରେ ବୁଲୁଥିବାର ନଜର ଆସିଛନ୍ତି। ପଛରେ ବସିଥିବା ଲୋକମାନେ ଭିଡିଓ ରେକର୍ଡିଂ କରୁଛନ୍ତି। ସେମାନଙ୍କ ସମ୍ମୁଖକୁ ଏକ ସିଂହ ଆସୁଛି। ପରେ ସେମାନେ ରେକର୍ଡିଂ ଆରମ୍ଭ କରନ୍ତି। ସେମାନେ ସେହି ସିଂହର ଅତି ନିକଟତର ହୁଅନ୍ତି,ଯେତେବେଳେ ସିଂହ ଗାଡ଼ିର ମିରର ପାଖକୁ ଆସେ। ହଠାତ୍‌ ସିଂହଟି ତା’ ପାଟିରେ କାର୍‌ର ଡୋର୍‌ ଖୋଲିଦେଲା। ଫଳରେ ଭିତରେ ବସିଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ। କିଛି କ୍ଷଣ ପାଇଁ ତାଙ୍କ ନିଃଶ୍ୱାସ ଯେମିତି ବନ୍ଦ ହୋଇଗଲା। ପରେ ସିଂହଟି ସେ ସ୍ଥାନ ଛାଡ଼ି ଚାଲିଗଲା।

ସାମାନ୍ୟ ଭୁଲ୍‌ ପାଇଁ ଏକ ବଡ଼ ବିପଦର ସାମ୍ନା କରିଥାନ୍ତେ ପର୍ଯ୍ୟଟକ। ସୌଭାଗ୍ୟବଶତଃ ସିଂହଟି ବାଟ ଭାଙ୍ଗି ଚାଲିଗଲା। ତେଣୁ ଅଳ୍ପକେ କିଛି ଜୀବନ ରକ୍ଷା ହୋଇଗଲା। ତେଣୁ ଯେତେବେଳେ ବି ଜଙ୍ଗଲୀ ଜୀବଜନ୍ତୁ ଦେଖିବାକୁ ଯାଉଛନ୍ତି, ସତର୍କତାର ସହ ଯାଆନ୍ତୁ। କାର୍‌ର ଡୋର୍‌ ଭଲ ଭାବେ ବନ୍ଦ କରନ୍ତୁ। ଫଳରେ ସୁରକ୍ଷିତ ରହିପାରିବେ।

Share