ସିଲ୍‌ ହେଲା ମଦ ଦୋକାନ

ବ୍ରଜରାଜନଗର,୨୮।୪: ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହରାଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି, ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୁଧବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କ୍ରମରେ ତହସିଲଦାର ଦିଲୀପ ପ୍ରଧାନ, ଥାନା ଆଇଆଇସି ନଳିତା ମୋଦି ବ୍ରଜରାଜନଗର ଗାନ୍ଧୀ ଛକସ୍ଥିତ ମଦ ଦୋକାନ ଏବଂ ପାଖ ରାଶନ ଦୋକାନ ଉପରେ ଚଢ଼ାଉ କରି ୭ ହଜାର ଜରିମାନା ଆଦାୟ କରିଛନ୍ତି। ଏପରିକି କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ମଦ ଦୋକାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରି ଦେଇଥିଲେ।