ଶୀତଳ ଷଷ୍ଠୀ ଲାଗି ୩ ଦିନ ବନ୍ଦ ରହିବ ମଦ ଦୋକାନ

ସମ୍ବଲପୁର,୨୮।୫(ବ୍ୟୁରୋ): ଆଗକୁ ଆସୁଛି ଶୀତଳ ଷଷ୍ଠୀ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ୩ ଦିନ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ତାରିଖ ରାତି ୧୦.୩୦ରୁ ୬ ତାରିଖ ରାତି ୧୦.୩୦ ପର୍ଯ୍ୟନ୍ତ ସମସ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସିଲ କରାଯିବ। ଏହି ସମୟରେ ଯେଭଳି ଭାବେ ଚୋରା ମଦ କାରବାର ନ ହୁଏ ସେଥିପାଇଁ ସମସ୍ତ ସିସିଟିଭି କ୍ୟାମେରାକୁ ସଚଳ ରଖିବାକୁ କୁହାଯାଇଛି ।
ପର୍ବ ସମୟରେ ଯେଭଳି କଳାବଜାର ନ ହୁଏ ସେଥିପାଇଁ ନଜର ରହିବ। ଏହି ସମୟରେ ଯଦି କୌଣସି ମଦ ଜବତ ହୁଏ ତେବେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Share