ପୁରୁଣା ଭୁବନେଶ୍ୱର,୧୩।୧୦(ଡି.ଏନ୍.ଏ.): ଚଳିତ ଦଶହରା ଭସାଣିରେ ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଥିବା ୧୮୭ଟି ମଦ ଓ ବାର୍ଗୁଡ଼ିକୁ ବନ୍ଦ ରଖାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୬ତାରିଖରେ ହେବାକୁ ଥିବା ଭସାଣି ଉତ୍ସବକୁ ନିରାଡ଼ମ୍ବର ଏବଂ କୋଭିଡ୍ ଗାଇଡ୍ଲାଇନ ମୁତାବକ ପାଳନ କରିବାକୁ ପୂଜା କମିଟଗୁଡ଼ିକୁ କୁହାଯାଇଛି। ମଦ ଦୋକାନ ଖୋଲା ରହିଲେ କେଉଁଠି ଅପ୍ରତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତିି ନିଆଯାଇଥିବା ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ ନାୟକ କହିଛନ୍ତି।