ଆଜି ଘୋଷଣା ହୋଇପାରେ ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାର ୧୪୬ ବିଧାନସଭା, ୨୧ ଲୋକସଭା…

ଭୁବନେଶ୍ୱର,୨୪।୩: ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ରବିବାର ଘୋଷଣା କରି ପାରେ।
ଏଥର ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶର ପ୍ରାଥୀଙ୍କ ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି। ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଚାଲିଥିଲା । ଏହି ବୈଠକରେ ସବୁ ଆସନରେ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିିଛି ।
ଆସିବାକୁ ଥିବା ଏହି ତାଲିକାରେ ପାଖାପାଖି ୧୫୦ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଉପରେ କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିବ । ଓଡ଼ିଶାର ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଆସିବାର ସମ୍ଭାବନା ରହିଛି । ବୈଠକ ପରେ ରାଜ୍ୟ ଭାଜପା ସଭାପତି ମନମୋହାନ ସାମଲ କହିଛନ୍ତି, ଓଡ଼ିଶାର ସମସ୍ତ ୧୪୬ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ଉପରେ ଆଲୋଚନା ସରିଛି । କେବଳ ଘୋଷଣାକୁ ଅପେକ୍ଷା ରହିଛି । ପୂର୍ବରୁ ୩ଟି ପର୍ଯ୍ୟାୟରେ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ସତ୍ତ୍ୱେ ଓଡିଶାର ନାଁ ନ ଥିଲା ।

Share