ଅନୁଗୋଳ ଅଫିସ୍, ୬ା୭: ଅନୁଗୋଳ ଜିଲାରେ ପୁଣି ଭାଇରାଲ ହୋଇଛି କରୋନା ସଂକ୍ରମିତଙ୍କ ତାଲିକା। ଗତ ୩ ତାରିଖରେ ପଜିଟିଭ୍ ବାହାରିଥିବା ୨୪ ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ନାମ ଥିବା ଏକ ତାଲିକା ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। କିନ୍ତୁ ଅନୁଗୋଳ ପ୍ରଶାସନ କି ପୋଲିସ ନିକଟରେ ଏ ନେଇ କୌଣସି ଖବର ନାହିଁ। ଜିଲା ପ୍ରଶାସନକୁ ମିଳିଥିବା ଉକ୍ତ ତାଲିକା କିଭଳି ସାଧାରଣରେ ପ୍ରଘଟ ହେଉଛି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ମେ ୧୦ ତାରିଖରେ ମଧ୍ୟ ଏପରି ଏକ ସଂକ୍ରମିତଙ୍କ ତାଲିକା ପ୍ରଘଟ ହୋଇଥିଲା। ସେତେବେଳେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।