ସମ୍ପତ୍ତି ତାଲିକା ଦାଖଲ ସମୟ ଜୁନ୍‌ ୩୦କୁ ଘୁଞ୍ଚିଲା

ଭୁବନେଶ୍ୱର,୧।୫(ବ୍ୟୁରୋ)” ରାଜ୍ୟ ସରକାର କର୍ମଚାରୀମାନଙ୍କର ସମ୍ପତ୍ତି ତାଲିକା ଦାଖଲ ସମୟ ସୀମାକୁ ଜୁନ୍‌ ୩୦ ଯାଏ ବୃଦ୍ଧି କରିଛନ୍ତି। ଶୁକ୍ରବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗ, ରାଜସ୍ବ କମିଶନର ଏବଂ ଜିଲାପାଳମାନଙ୍କୁ ଜଣାଇ ଦିଆଯାଇଛି। ୨୦୨୦ ଏପ୍ରିଲ ପହିଲାରୁ ୨୦୨୦ ଡିସେମ୍ବର ୩୧ ଯାଏ ସରକାରୀ କର୍ମଚାରୀମାନେ ସେମାନଙ୍କର ସମ୍ପତ୍ତି ତାଲିକା ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦାଖଲ କରିବା କଥା। କରୋନା ସଂକ୍ରମଣକୁ ଦେଖି ଏପ୍ରିଲ ୩୦ ଯାଏ ସମୟ ଧାର୍ଯ୍ୟ କରାଯାଇଥିଲା। ଏଥିସହିତ ଭିନ୍ନକ୍ଷମ ଏବଂ ଗର୍ଭବତୀଙ୍କୁ ଅଫିସକୁ ନ ଆସିବାକୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଜରୁରୀ ସମୟରେ ମୋବାଇଲ ମାଧ୍ୟମରେ ଯୋଗାଯୋଗରେ ରହିବାକୁ କୁହାଯାଇଛି।

Share