ଆର୍ଦ୍ରଭୂମି ତାଲିକାରେ ତାମ୍ପରା ହ୍ରଦ ସାମିଲ

ଛତ୍ରପୁର,୨ା୨(ଡି.ଏନ୍‌.ଏ.): ଆଜି ବିଶ୍ବ ପାଳୁଛି ‘ଓ୍ବେଟଲାଣ୍ଡ ଡେ’। ଏହି ଅବସରରେ ନୂଆ କରି ରାମସର ଆର୍ଦ୍ରଭୁମି (୨୪୮୯) ତାଲିକାରେ ସାମିଲ ହୋଇଥିବା ଗଞ୍ଜାମ ଜିଲାର ତାମ୍ପରା ହ୍ରଦଠାରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ବନ ବିଭାଗ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଅନେକ ଗବେଷକ ଯୋଗଦେଇ ଜୀବ ସତ୍ତା ବଞ୍ଚି ରହିବା ପାଇଁ ଆର୍ଦ୍ରଭୂମିର ଆବଶ୍ୟକତା, ଏହାର ସୁରକ୍ଷା ଏବଂ ଗବେଷଣା କରାଯିବା ନେଇ ଆଲୋଚନା କରିଥିଲେ। ଏହା ପରେ ଏକ ରାଲି କରାଯାଇ ଆର୍ଦ୍ରଭୂମିକୁ ସଂରକ୍ଷଣ କରି ରଖିବା, ପରିବେଶ ପ୍ରଦୂଷଣ ରୋକିବା  ଦିଗରେ ସଚେତନତା  ସହ ହ୍ରଦର ସଫେଇ କରାଯାଇଥିଲା। ଏଥିରେ ଏସିଏଫ୍‌ ଡ. ରୁଦ୍ର ପ୍ରସାଦ ରଥ ଓ ଏ. ମାଧବୀ ଲତା, ବ୍ରହ୍ମପୁର ରେଞ୍ଜ ଅଫିସର ରଜତ କୁମାର ମିଶ୍ର, ଖଲ୍ଲିକୋଟ ରେଞ୍ଜ ଅଫିସର ସିଦ୍ଧାର୍ଥ ଶଙ୍କର ସାହୁ, ସାମନ୍ତିଆପଲ୍ଲୀ ରେଞ୍ଜର ମନୋଜ କୁମାର ପାତ୍ର, ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରିବେଶ ପ୍ରଦୂଷଣ ବିଭାଗର ଆସୋସିଏଟ୍‌ ପ୍ରୋଫାଇସର ଅଞ୍ଜନ କୁମାର ପୃଷ୍ଟି, ଅର୍ଥନୈତିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ରବିନ୍ଦ୍ର ନାଥ ସାହୁ, ଛତ୍ରପୁର ଫରେଷ୍ଟ ଅଫିସର ଗିରିଶ ରାୟ ପ୍ରମୁଖ ଯୋଗ ଦେଇ ଆର୍ଦ୍ରଭୂମିକୁ ସଂରକ୍ଷଣ କରି ରଖିବା, ପରିବେଶ ପ୍ରଦୂଷଣ ରୋକିବା ଆଦି ଦିଗରେ ସଚେତନତା ସୃଷ୍ଟି କରିଥିଲେ।

Share