ଷ୍ଟେଜ୍‌ ଉପରେ ହସିହସି ବିଦାୟୀ ଭାଷଣ ଦେଉଥିଲେ ଛାତ୍ରୀ , ହଠାତ୍‌ ଟଳିପଡ଼ିଲେ, ଭାଇରାଲ ହେଉଛି ମୃତ୍ୟୁର ଲାଇଭ୍‌ ଭିଡିଓ…

ମୁମ୍ବାଇ,୬ା୪: ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ। ହଠାତ୍‌ ଟଳିପଡ଼ିଲେ। ସିନ୍ଦେ କଲେଜ, ପରନ୍ଦାର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ଟଲିପଡ଼ିଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।

ଭାଷଣ ଦେଉଥିବା ସମୟରେ ତାଙ୍କ ମୁଣ୍ଡ ବୁଲାଉଥିବା ପରି ଭିଡିଓରେ ଜଣାପଡୁଛିି। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ଛାତ୍ରୀ ଜଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ନାମ ବର୍ଷା ଭରତ ଖରାଟ ବୋଲି ଜଣାପଡ଼ଛି। ସେ ବିଏସ୍‌ସି ତୃତୀୟ ବର୍ଷରେ ପଢୁଥିଲେ। କଲେଜରେ ବିଦାୟକାଳୀନ ସମାରୋହରେ ହସି ହସି ନିଜର ଭାବନା ପ୍ରକାଶ କରୁଥିବା ସମୟରେ ଏହି ତାଙ୍କ ମୃତ୍ୟୁର ଲାଇଭ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଡାକ୍ତରମାନେ କହିଛନ୍ତି, ପିଲାଦିନେ ବର୍ଷାଙ୍କ ଓପନ ହାର୍ଟ ସର୍ଜରୀ ହୋଇଥିଲା। ସେହି ସମୟରେ, ଶିକ୍ଷୟିତ୍ରୀ କହିଥିଲେ ଯେ ବର୍ଷାଙ୍କ ବାପାମାଆ ମଧ୍ୟ ତାଙ୍କୁ କହିଥିଲେ ଯେ, ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଛି। ତାଙ୍କର ହାର୍ଟରୋଗ ଥିଲା। ତଥାପି ଶିକ୍ଷକମାନେ କହିଛନ୍ତି, ସେ ସ୍କୁଲରେ ପଢ଼ୁଥିବା ସମୟରେ ସେମାନେ କେବେ ତାଙ୍କୁ ଅସୁସ୍ଥ ଥିବା ଲକ୍ଷ୍ୟ କରି ନ ଥିଲେ।

ନାଡି ହେଉଛି ସୋଲାପୁର ଜିଲାର ମାଧା ତାଲୁକ ଅନ୍ତର୍ଗତ ପାରାଣ୍ଡିଆ ସହିତ ଲାଗିଥିବା ଏକ ଗ୍ରାମ। ଛାତ୍ରୀଙ୍କ ମାତାପିତା ସେଠାରେ ଚାଷ କାମ କରନ୍ତି। ବର୍ଷାଙ୍କ ଘରେ ଆଉ ଜଣେ ଭଉଣୀ ଏବଂ ଆଉ ଜଣେ ଭାଇ ଅଛନ୍ତି। ବର୍ଷାଙ୍କ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଆଣିଦେଇଛି।

ନିକଟ ଅତୀତରେ, ଏପରି ଅନେକ ଘଟଣା ସାମ୍ନାକୁ ଆସିବା ଆରମ୍ଭ ହୋଇଛି ଯେଉଁଠାରେ ଲୋକମାନେ ଜିମ୍ରେ ନାଚୁଥିବା, ଗୀତ ଗାଉଥିବା, କଥା ହେଉଥିବା କିମ୍ବା ବ୍ୟାୟାମ କରୁଥିବା ସମୟରେ ହଠାତ୍‌ ପଡ଼ିଯାଇ ପ୍ରାଣ ହରାଇଥାନ୍ତି। ଏପରି ଅଧିକାଂଶ କ୍ଷେତ୍ରରେ, ହୃଦଘାତର ମାମଲା ରହିଛି। ତଥାପି ଧାରାଶିବ ମାମଲାରେ, ବର୍ଷା ନାମକ ଛାତ୍ରୀଙ୍କର ପୂର୍ବରୁ ହୃଦରୋଗ ଥିଲା। ଏହି ଭିଡିଓଟି ଯନ୍ତ୍ରଣାଦାୟକ। ସମସ୍ତଙ୍କୁ ନିଜର ଏବଂ ନିଜ ପରିବାରର ବିଶେଷ ଯତ୍ନ ନେବାକୁ ଅନୁରୋଧ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।...

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image