ମୁମ୍ବାଇ,୬ା୪: ମହାରାଷ୍ଟ୍ରର ଧାରାଶିବ୍ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍ ହସିହସି ଭାଷଣ ଦେଉଥିଲେ। ହଠାତ୍ ଟଳିପଡ଼ିଲେ। ସିନ୍ଦେ କଲେଜ, ପରନ୍ଦାର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ଟଲିପଡ଼ିଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।
ଭାଷଣ ଦେଉଥିବା ସମୟରେ ତାଙ୍କ ମୁଣ୍ଡ ବୁଲାଉଥିବା ପରି ଭିଡିଓରେ ଜଣାପଡୁଛିି। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ଛାତ୍ରୀ ଜଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ନାମ ବର୍ଷା ଭରତ ଖରାଟ ବୋଲି ଜଣାପଡ଼ଛି। ସେ ବିଏସ୍ସି ତୃତୀୟ ବର୍ଷରେ ପଢୁଥିଲେ। କଲେଜରେ ବିଦାୟକାଳୀନ ସମାରୋହରେ ହସି ହସି ନିଜର ଭାବନା ପ୍ରକାଶ କରୁଥିବା ସମୟରେ ଏହି ତାଙ୍କ ମୃତ୍ୟୁର ଲାଇଭ୍ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଡାକ୍ତରମାନେ କହିଛନ୍ତି, ପିଲାଦିନେ ବର୍ଷାଙ୍କ ଓପନ ହାର୍ଟ ସର୍ଜରୀ ହୋଇଥିଲା। ସେହି ସମୟରେ, ଶିକ୍ଷୟିତ୍ରୀ କହିଥିଲେ ଯେ ବର୍ଷାଙ୍କ ବାପାମାଆ ମଧ୍ୟ ତାଙ୍କୁ କହିଥିଲେ ଯେ, ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଛି। ତାଙ୍କର ହାର୍ଟରୋଗ ଥିଲା। ତଥାପି ଶିକ୍ଷକମାନେ କହିଛନ୍ତି, ସେ ସ୍କୁଲରେ ପଢ଼ୁଥିବା ସମୟରେ ସେମାନେ କେବେ ତାଙ୍କୁ ଅସୁସ୍ଥ ଥିବା ଲକ୍ଷ୍ୟ କରି ନ ଥିଲେ।
ନାଡି ହେଉଛି ସୋଲାପୁର ଜିଲାର ମାଧା ତାଲୁକ ଅନ୍ତର୍ଗତ ପାରାଣ୍ଡିଆ ସହିତ ଲାଗିଥିବା ଏକ ଗ୍ରାମ। ଛାତ୍ରୀଙ୍କ ମାତାପିତା ସେଠାରେ ଚାଷ କାମ କରନ୍ତି। ବର୍ଷାଙ୍କ ଘରେ ଆଉ ଜଣେ ଭଉଣୀ ଏବଂ ଆଉ ଜଣେ ଭାଇ ଅଛନ୍ତି। ବର୍ଷାଙ୍କ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଆଣିଦେଇଛି।
ନିକଟ ଅତୀତରେ, ଏପରି ଅନେକ ଘଟଣା ସାମ୍ନାକୁ ଆସିବା ଆରମ୍ଭ ହୋଇଛି ଯେଉଁଠାରେ ଲୋକମାନେ ଜିମ୍ରେ ନାଚୁଥିବା, ଗୀତ ଗାଉଥିବା, କଥା ହେଉଥିବା କିମ୍ବା ବ୍ୟାୟାମ କରୁଥିବା ସମୟରେ ହଠାତ୍ ପଡ଼ିଯାଇ ପ୍ରାଣ ହରାଇଥାନ୍ତି। ଏପରି ଅଧିକାଂଶ କ୍ଷେତ୍ରରେ, ହୃଦଘାତର ମାମଲା ରହିଛି। ତଥାପି ଧାରାଶିବ ମାମଲାରେ, ବର୍ଷା ନାମକ ଛାତ୍ରୀଙ୍କର ପୂର୍ବରୁ ହୃଦରୋଗ ଥିଲା। ଏହି ଭିଡିଓଟି ଯନ୍ତ୍ରଣାଦାୟକ। ସମସ୍ତଙ୍କୁ ନିଜର ଏବଂ ନିଜ ପରିବାରର ବିଶେଷ ଯତ୍ନ ନେବାକୁ ଅନୁରୋଧ।