ଖେଳୁଖେଳୁ ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ

ପାରାଦୀପ,୬।୧୦(ସ୍ବ.ପ୍ର.): ଖେଳୁ ଖେଳୁ ଚାଲିଗଲା ୨ ନିଷ୍ପାପ ଜୀବନ। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ପାରାଦୀପ ଲକପଡ଼ା ବସ୍ତିରେ। ଘର ନିକଟ କେନାଲ ବନ୍ଧ ନିକଟରେ ଖେଳିବା ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ମୃତ ଶିଶୁଦ୍ୱୟ ହେଲେ ବସ୍ତିର ବୁଦ୍ଧଦେବ ଦାସଙ୍କ ଝିଅ ସଙ୍ଗୀତା ଓ ନୃସିଂହ ମିସ୍ତ୍ରୀଙ୍କ ପୁଅ ଜିତେନ୍ଦ୍ର। ସେମାନଙ୍କ ମଧ୍ୟରେ ଜଣେ ଝିଅ ଥିବା ବେଳେ ଜଣେ ପୁଅ ରହିଛନ୍ତି। ଉଭୟଙ୍କ ବୟସ ୪ ବର୍ଷ ।
ଉଭୟ ଶିଶୁ ଆଜି ସକାଳେ ବସ୍ତି ନିକଟ କେନାଲ ବନ୍ଧରେ ଖେଳୁଥିଲେ। ମାତ୍ର ଅସାବଧାନତା ହେତୁ ପାଣି ଭିତରକୁ ଖସି ପଡିଥିଲେ। ସ୍ଥାନୀୟ ଲୋକେ ଦେଖି ଉଭୟଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଠରବାଙ୍କି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Share