ବରିଷ୍ଠ ନାଗରିକ ନିବାସରେ କଟୁଛି ବୃଦ୍ଧାବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ନିବାସରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ନିବାସରେ ଜନ୍ମ କଲା ଝିଅପୁଅମାନେ ପର କରିବା ପରେ ପରିଣତ ବୟସରେ ୨୫ଜଣ ବୃଦ୍ଧାବୃଦ୍ଧ ଅବସ୍ଥାପିତ ହୋଇଛନ୍ତ। ଏହି ଦିବସ ପାଳନ ଅବସରରେ ବୃଦ୍ଧାବୃଦ୍ଧମାନଙ୍କୁ ଚନ୍ଦନ ଟିକା ଲଗାଯାଇ ବନ୍ଦାପନା କରାଯାଇଥିଲା। ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିବା ଅତିଥିମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା, ବଡ଼କୂଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ପ୍ରମୋଦ ବିହାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା, ଉମାକାନ୍ତ ଜେନା ପ୍ରମୁଖ ଯୋଗ ଦେଇ ଏହି ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ଅନେକ ଗରିବ, ଅସହାୟ, ଅଭାବୀ ପରିବାରର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଆଜିର ଦିନ ସେମାନଙ୍କ ନିମନ୍ତେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅସହାୟ ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଜୀବନର ଅବଶିଷ୍ଟ ସମୟ ବରିଷ୍ଠ ନାଗରିକ ନିବାସରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। ସେମାନେ ମୁହଁରେ ହସ ଫୁଟେଇ ଏଠାରେ ନୂଆ ଜୀବନ ଅତିବାହିତ କରିପାରିବେ ବୋଲି ଅତିଥିମାନେ କହିଥିଲେ।
ଏହି ବରିଷ୍ଠ ନାଗରିକ ନିବାସରେ ଜିଲା ଓ ଜିଲାବାହାରୁ ନିଜ ଘରଲୋକ ପର କରିବା ପରେ ଅବଶିଷ୍ଟ ଜୀବନ ବିତାଇବାକୁ ଆସି ବୃଦ୍ଧାବୃଦ୍ଧ ରହିଛନ୍ତି। ନିଜ ଜନ୍ମ କଲା ଝିଅପୁଅ ପର କରିବା ପରେ ଆମ୍ଭେମାନେ ବାଧ୍ୟ ହୋଇ ଜିଲା ପ୍ରଶାସନ ସହାୟତାରେ ଏହି ନିବାସରେ ଅବଶିଷ୍ଟ ସମୟ କଟାଇବୁ ବୋଲି କେନ୍ଦ୍ରାପଡ଼ା କପାଳେଶ୍ୱର ଅଞ୍ଚଳର ସତ୍ୟଭାମା ବାରିକ (୮୦), ଗୋପ ବଗଡାର ଗୋବିନ୍ଦ ସାହୁ (୯୦), ଇଚ୍ଛାପୁର ବିରୁସୁତିର ପାର୍ବତୀ ମହାରଣା (୧୦୦), ପୁରୀ ଭୂଷଣ୍ଡପୁର ଅଞ୍ଚଳର ନିର୍ମଳ ମାଝି (୮୦), ରଜନରରର ଦେବଲା ବିଶ୍ୱାସ (୮୦)ଙ୍କ ସମେତ ଅନ୍ୟ ବୃଦ୍ଧାବୃଦ୍ଧମାନେ କୋହଭରା କଥା ବଖାଣିଛନ୍ତି। ଏହି ନିବାସରେ ଆମକୁ ସ୍ବର୍ଗ ସୁଖ ମିଳୁଛି। ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଏଠାରେ ଜୀବନ ଅତିବାହିତ କରିବୁ ବୋଲି କହିଛନ୍ତି। ଏହି ବରିଷ୍ଠ ନାଗରିକ ନିବାସକୁ ବ୍ଲକର ଜଗତି ସ୍ଥିତ ଜନକଲ୍ୟାଣ ସେବା ସଂସ୍ଥା ପରିଚାଳନା କରୁଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ଆର୍ଥିକ ସହାୟତା ମିଳୁଛି। ଶେଷରେ ବରିଷ୍ଠ ନାଗରିକ ନିବାସର ମୁଖ୍ୟ ପବିତ୍ର କୁମାର ପରିଡ଼ା କହିଛନ୍ତି, ଘର ଛାଡ଼ିବା ପରେ ଏମାନଙ୍କ ଅବଶିଷ୍ଟ ଜୀବନ ଦାୟିତ୍ୱ ଓ ସମସ୍ତ ପ୍ରକାର ସୁବିଧା କରାଯାଇଛି। ନିବାସର ଅନ୍ୟ ଅନ୍ତେବାସୀଙ୍କ ସହଯୋଗରେ ବରିଷ୍ଠ ନାଗରିକମାନଙ୍କୁ ଆଶାର ଆଲୋକ ମିଳିଛି ବୋଲି କହିଛନ୍ତି ବୃଦ୍ଧାବୃଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri